fbpx

ସ୍କ୍ରାପ ପଲିସି ଯୋଗୁଁ କ୍ଷତିରେ ପଡ଼ିବେ ଲୋକେ, ଜାଣନ୍ତୁ କାହିଁକି ଏପରି କହିଲେ ମନ୍ତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଆସନ୍ତାବର୍ଷ ଏପ୍ରିଲମାସରୁ ନୂଆ ସ୍କ୍ରାପ୍ ନୀତି ଲାଗୁ ହେବ । କିନ୍ତୁ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ଗାଡ଼ି ଯଦି ଖରାପ ଥିବ ତାହାଲେ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି ଠିକ୍ ଥିବ ହଟାଇବା କଷ୍ଟ । ଫିଟନେସ୍ ଥିବା ଗାଡ଼ି ଚାଲିପାରିବ । ପଞ୍ଜିକରଣ କରିବା ଦ୍ୱାରା ଗାଡ଼ି ଚାଲିପାରିବ । ସ୍କ୍ରାପ୍ ନୀତି ଯୋଗୁଁ ଲୋକେ କ୍ଷତିରେ ପଡ଼ିପାରନ୍ତି । ଏନେଇ କେନ୍ଦ୍ରକୁ ଅବଗତ କରାଯାଇଛି । କେତେ ପୁରୁଣା ଗାଡ଼ି ଅଛି, ସେନେଇ ବିଭାଗ ତଥ୍ୟ ଦାଖଲ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.