fbpx

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର:ଜାଣନ୍ତୁ କେଉଁ ସହରରେ କେତେ ଦାମ୍

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୯୩.୯୬ ଟଙ୍କା ରହିଛି ଏବଂ ମୂଲ୍ୟରେ ଆହୁରି ହ୍ରାସ ହେବାର ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ତେଲ କମ୍ପାମନୀଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇ ପରି ଦେଶରର ୪ ଟି ମେଟ୍ରୋରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ନଥିବା ବେଳେ ଅନ୍ୟ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ତୈଳ ଦର ।

ୟୁପିର ଗୌତମ ବୁଦ୍ଧ ନଗର (ନୋଏଡା-ଗ୍ରେଟର ନୋଏଡା) ଜିଲ୍ଲାରେ ପେଟ୍ରୋଲ ଓବଂ ଡିଜେଲ ଦର ୧୧ ପଇସା ହ୍ରାସ ପାଇଥିବା ବେଳେ ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସାକୁ ଖସି ଆସିଛି । ତେବେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୩.୯୬ ଡଲାର ରହିଥଇବାବେଳେ ଡଞଓରେ ଏହାର ମୂଲ୍ୟ ଲିଟର ପିଛା ୮୭.୭୩ ଡଲାର ରହିଛି ।

ସମସ୍ତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ
– ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା
– ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା – ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୪.୨୪ ଟଙ୍କା
– କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା

ଏହି ସହରଗୁଡିକରେ ଜାରି ରହିଛି ନୂତନ ମୂଲ୍ୟ
ନୋଏଡାରେ ପେଟ୍ରୋଲ ୯୬.୬୫ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୮୨ ଟଙ୍କା ହୋଇଛି।
– ଗାଜିଆବାଦରେ ୯୬.୨୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୪୫ ଟଙ୍କା ହୋଇଛି।
ଲକ୍ଷେ୍ମøରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ହୋଇଛି।
ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା ହୋଇଛି।
– ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ହୋଇଛି।

Get real time updates directly on you device, subscribe now.