fbpx

ଦେଶର ଏହି ସ୍ଥାନରେ ବିକ୍ରି ହେଉଛି ସବୁଠାରୁ ଶସ୍ତା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆପଣ ସହରର ରେଟ୍

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ଶନିବାର ପାଇଁ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ଲଗାତାର ୩୫ ଦିନ ହେବ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଶେଷ ଥର ପାଇଁ କେନ୍ଦ୍ରରେ ମୋଦୀ ସରକାର ୨୧ ମେ’ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ଦେଶରେ ଲିଟର ପିଛା ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ୭ ଟଙ୍କା ଶସ୍ତା ହୋଇଛି ।

ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନେଇ ସାଧାରଣ ଲୋକ ଚିନ୍ତିତ ଥିବାବେଳେ ପୋର୍ଟ ବ୍ଲେୟାରରେ ଶସ୍ତା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି । ସେଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪.୧୦ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୭୯.୭୪ ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ବର୍ତ୍ତମାନ ମହାରାଷ୍ଟ୍ରର ପାରବାନୀରେ ଲିଟର ପିଛା ୧୧୪.୩୮ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ସବୁଠାରୁ ଦାମୀ ଡିଜେଲ ଲିଟର ପିଛା ୧୦୦.୩୦ ଟଙ୍କାରେ ବିକ୍ରି ହେଉଛି ।

ଜାଣନ୍ତୁ ଆପଣଙ୍କ ସହରର ରେଟ୍:-

-ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।
-କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୯୬ ଟଙ୍କା ।
– ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୭୬ ଟଙ୍କା ।
– ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩.୭୨ ଟଙ୍କା ।
– ଥିରୁବନନ୍ତପୁରମରେ ଲିଟର ପିଛା ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ୯୬.୫୨ ଟଙ୍କା ।
– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।
– ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା ।
– ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ୮୭.୮୯ ଟଙ୍କା ।
– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲରେ ୯୪.୭୬ ଟଙ୍କା ।
– ଚଣ୍ଡିଗଡ଼ରେ ଲିଟର ପିଛା ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ୮୪.୨୬ ଟଙ୍କା ।
– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା ।

Get real time updates directly on you device, subscribe now.