fbpx

ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ସୁପ୍ରିମକୋର୍ଟ, ମହିଳାମାନେ ବିଦ୍ରୋହ କରିବାର ଆଶଙ୍କା

ୱାଶିଂଟନ(ଓଡ଼ିଶା ଭାସ୍କର): ଆମେରିକାର ସୁପ୍ରିମକୋର୍ଟ ମହିଳାଙ୍କ ସ୍ଵେଚ୍ଛାକୃତ ଗର୍ଭପାତକୁ ଅବୈଧ ଘୋଷଣା କରିଛନ୍ତି। ଦୀର୍ଘ ୫୦ବର୍ଷ ହେଲା ଗର୍ଭପାତକୁ ସାମ୍ବିଧାନିକ ସୁରକ୍ଷା ଦିଆଯାଇ ଆସୁଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି। ୫୦ବର୍ଷ ତଳେ ଯେଉଁ ସୁପ୍ରିମକୋର୍ଟ ନିଜ ରାୟରେ ମହିଳାଙ୍କ ଗର୍ଭପାତକୁ ଆଇନ ସମ୍ମତ ଘୋଷଣା କରିଥିଲେ ଆଜି ତାହା ତାକୁ ଅବୈଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ରାଷ୍ଟ୍ରପତି ଜୋ ବାଇଡେନ ସମାଲୋଚନା କରିଛନ୍ତି। ବାଇଡେନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ‘ଦୁଃଖଦ ତ୍ରୁଟି ଆମେରିକାକୁ ୧୫୦ବର୍ଷ ପଛକୁ ନେଇ ଯାଇଛି। ଅଦାଲତ ପୂର୍ବରୁ ଯାହା କେବେ କରି ନଥିଲେ ତାହା କରିଛନ୍ତି। ସୁପ୍ରିମକୋର୍ଟ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆମେରିକାର ଅର୍ଦ୍ଧାଧିକ ପ୍ରଦେଶରେ ଗର୍ଭପାତକୁ ନିଷିଦ୍ଧ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ସମ୍ପର୍କରେ ମାସକ ପୂର୍ବରୁ ସୂଚନା ମିଳିଥିଲା। ସୁପ୍ରିମକୋର୍ଟଙ୍କ ଏହି ପ୍ରାକ୍ ବା ଚିଠା ରାୟ ବିରୋଧରେ ଆମେରିକାର ମହିଳାମାନେ ବିଦ୍ରୋହ କରିଥିଲେ ଏବେ ରାୟ ପ୍ରକାଶ ପାଇସାରିଥିବାରୁ ଆଗକୁ ଆମେରିକାର ମହିଳା ବିଦ୍ରୋହ କରିବାର ଆଶଙ୍କା ରହିଛି। ୧୯୭୩ରେ ଆମେରିକା ସୁପ୍ରିମକୋର୍ଟ ମହିଳାଙ୍କ ଗର୍ଭପାତକୁ ଆଇନ ସମ୍ମତ ଘୋଷଣା କରିଥିଲେ। ଏହି ରାୟ ଅନୁଯାୟୀ ୧୫ ସପ୍ତାହରୁ ଅଧିକ ଦିନର ଗର୍ଭକୁ ଗର୍ଭପାତ ଲାଗି ଅନୁମତି ପ୍ରଦାନ କରାଯାଉଥିଲା।

 

Get real time updates directly on you device, subscribe now.