fbpx

ପେଟ୍ରୋଲ-ଡିଜେଟ ଦର ବଢ଼ାଇଲେ ସରକାର: ଜୁନ୍ ୨୨ରୁ ଲାଗୁ ହେବ ନୂଆ ରେଟ୍

Advertisement

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ସହିତ ୪ଟି ରାଜ୍ୟର ମଧ୍ୟ ନୂଆ ସରକାର ଗଠନ ହୋଇଥିଲା । କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ନିର୍ବାଚନ ପରେ ଆସିଛି ଏକ ବଡ଼ ଖବର । ତୈଳ ଦରରେ ହୋଇଛି ଏକ ବଡ଼ ପରିବର୍ତ୍ତନ । ପେଟ୍ରୋଲ ଲିଟର ପିଛା ୧ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ଆସନ୍ତାକାଲିଠାରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ ।

ସୂଚନା ମୁତାବକ, ଗୋଆର ସରକାର ତୈଳ ବୃଦ୍ଧି ନେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଥିଲେ । ତେଣୁ ଚଳିତ ମାସରେ ଦ୍ୱିତୀୟ ରାଜ୍ୟ ଭାବେ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘୋଷଣା କରିଛନ୍ତି । ପେଟ୍ରୋଲ ଉପରେ ଭ୍ୟାଟ ୨୧.୫ ପ୍ରତିଶତ ଓ ଡିଜେଲ ଉପରେ ଭ୍ୟାଟ ୧୭.୫ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ପେଟ୍ରୋଲ ୧ ଟଙ୍କା ଓ ଡିଜେଲ ୩୫ ପଇସା ମହଙ୍ଗା ହୋଇଯାଇଛି । ଆସନ୍ତାକାଲି ଠାରୁ ଏହି ବର୍ଦ୍ଧିତ ଦରରେ ଏହି ରାଜ୍ୟର ଗ୍ରାହକମାନେ ତୈଳ କ୍ରୟ କରିବେ । ଏହି ମୂଲ୍ୟ ବୃଦ୍ଧି ଫଳରେ ପେଟ୍ରୋଲ ଲିଟର ଏବେ ୯୬.୬୧ ଟଙ୍କା ଓ ଡିଜେଲ ଲିଟର ୮୮.୪୨ ଟଙ୍କାରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.