fbpx
BSKY SKY
BSKY SKY

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ୍: ଜାଣନ୍ତୁ, କେତେ ରହିଛି ଆଜିର ରେଟ୍

BSKY

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥାଏ । ସକାଳ ୬ ଟାରେ ପ୍ରକାଶିତ ପେଟ୍ରୋଲ ଏବଂ ଡିଜେଲର ନୂଆ ହାର ଅନୁଯାୟୀ କେତେକ ସହରରେ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ ଆସିଛି। ତେବେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩.୧୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୬୮ ଟଙ୍କା ରହିଛି।

ଅନ୍ୟପଟେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୬.୩୧ ଟଙ୍କା ଏବଂ ଡିଜେଲର ଲିଟର ୯୪.୨୭ ଟଙ୍କା ବିକ୍ରି ହେଉଛି। ସେପଟେ ଓଡ଼ିଶାର ପଡୋଶୀ ରାଜ୍ୟ କୋଲକାତାରେ ପେଟ୍ରୋଲ ମୂଲ୍ୟ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି। ଏବଂ ଚେନ୍ନାଇରେ ମଧ୍ୟ ପେଟ୍ରୋଲର ମୂଲ୍ୟ ୧୦୨.୮୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୪୬ ଟଙ୍କା ରହିଛି।

 

Get real time updates directly on you device, subscribe now.