ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । ପେଟ୍ରୋଲ ଦେବାକୁ ମନା କରିବାରୁ କଟିଲା ପେଟ୍ରୋଲ ପମ୍ପର ବିଜୁଳି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଉତ୍ତର ପ୍ରଦେଶର ଜଣେ ବାଇକ୍ ଚାଳକ ବିନା ହେଲମେଟରେ ପେଟ୍ରୋଲ ପକାଇବା ପାଇଁ ଆସିଥିଲେ । ତେବେ ପମ୍ପ କର୍ମଚାରୀ ହେଲମେଟ୍ ନାହିଁ ବୋଲି ପେଟ୍ରୋଲ ପକାଇବାକୁ ମନା କରିଥିଲେ । ଯୋଗୀ ଆଦିତ୍ୟନାଥ ସରକାର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ‘ନୋ ହେଲମେଟ, ନୋ ପେଟ୍ରୋଲ’ ନିୟମ ଲାଗୁ କରିଛନ୍ତି ।
ପେଟ୍ରୋଲ ପମ୍ପରେ ସିସିଟିଭି ଲାଗିଥିବା ବେଳେ ମନା କରିଥିଲେ କର୍ମଚାରୀ । ତେବେ ପମ୍ପ କର୍ମଚାରୀ ପେଟ୍ରୋଲ ନପକାଇବାରୁ ଲାଇନମ୍ୟାନ୍ ରାଗିଯାଇଥିଲେ । ଏହାପରେ ସେ ପେଟ୍ରୋଲ ପମ୍ପର ବିଦ୍ୟୁତ୍ କାଟ କରିଦେଇଥିଲେ । ଉତ୍ତରପ୍ରଦେଶର ହାପୁରରୁ ଏହି ଘଟଣା ସାମ୍ନାକୁ ଆସିଛି ।
ତେବେ ଲାଇନମ୍ୟାନର କ୍ରୋଧ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଲାଇନମ୍ୟାନ୍ ଟ୍ରାନ୍ସଫର୍ମର ପାଖରେ ତାଙ୍କ ବାଇକ୍ ଅଟକାଇ ଏକ ଖୁଣ୍ଟ ଉପରେ ଚଢ଼ି ବିଦ୍ୟୁତ୍ ତାର ଛିଣ୍ଡାଇ ଦେଉଥିବା ଦେଖାଯାଇଛି । 20 ମିନିଟ ପରେ ଲାଇଲନ ଆସିଥିବା ବେଳେ ଏନେଇ ପେଟ୍ରଲ ପମ୍ପ କର୍ମଚାରୀ ଥାନାରେ ଏତଲା ଦେଇଛନ୍ତି ।
बिना हेलमेट के पेट्रोल नहीं देने पर लाइनमैन ने काट दी बिजली
जिसकी वजह से करीब 20 मिनट तक पेट्रोल पंप पर काम बंद रहा। हालांकि, बाद में लाइन जोड़ दी गई। इस पूरी घटना का CCTV सामने आया है।
📍 हापुड़ जनपद का मामला @ndtvindia pic.twitter.com/tmqOx4y9BV— Adnan ( journalist) (@hapurndtv) January 14, 2025