ବଡ଼ ଖବର, କାଲି ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ
ଆସନ୍ତାକାଲି ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ରହିବ ବନ୍ଦ । ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁଙ୍କ ସୂଚନା ।
ଭୁବନେଶ୍ବର: ଆସନ୍ତାକାଲି ସାରା ରାଜ୍ୟରେ ସବୁ ପେଟ୍ରୋଲ ପମ୍ପ ରହିବ ବନ୍ଦ । ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁଙ୍କ ସୂଚନା । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି ପେଟ୍ରୋଲ ଡିଲର ଆସୋସିଏସନ୍ ।
ସୁରକ୍ଷା ଦୃଷ୍ଟିରୁ ସକାଳ 6 ଟାରୁ ସନ୍ଧ୍ୟା 6 ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ଏନେଇ ନିଷ୍ପତ୍ତି ନେଇଛି ପେଟ୍ରୋଲ ଡିଲର ସଂଘ ।
3 ଡିପୋ ସହ ରାଜ୍ୟରେ ଥିବା 3 ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଫଳରେ ବ୍ୟବସାୟରେ 100 କୋଟିରୁ ଅଧିକ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି ।