fbpx

(Video) ଗ୍ରାହକଙ୍କ ପାଇଁ ଖୁସି ଖବର: ୨୦ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ! କେବେଠୁ ଲାଗୁ ହେବ ନୂଆ ରେଟ୍?

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଜିନିଷରେ ଦରବୃଦ୍ଧି ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି । ଶାଗ-ମାଛରୁ ଆରମ୍ଭ କରି ଅଧିକାଂଶ ଜିନିଷର ଦରଦାମ୍ ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ବିଶେଷ କରି ପନିପରିବା ଦର ବୃଦ୍ଧି ପାଇଁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଏହା ମଧ୍ୟରେ ପେଟ୍ରୋଲ ମୂଲ୍ୟ ହ୍ରାସ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଦର କମ୍ କରି ଗାଡ଼ି ଚାଳକଙ୍କୁ ମହଙ୍ଗା ମାଡ଼ରୁ ମୁକତି ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ସୂଚନା ମିଳିଛି । ଆଗାମୀ ଦିନରେ ପେଟ୍ରୋଲ ମୂଲ୍ୟ ପ୍ରାୟ ୨୦ ଟଙ୍କା ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଦରବୃଦ୍ଧି ଭିତରେ ଆଶ୍ୱସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିକୃତ କରିବା ପାଇଁ ଦୀର୍ଘ ସମୟ ଧରି ଦାବି ହୋଇ ଆସୁଛି । ଏପଟେ ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ହାତରେ ପେଟ୍ରୋଲ ଜିଏସଟି । କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।

ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା । ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ । କିନ୍ତୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏ ବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି । ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା । କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଚାହୁଁଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.