fbpx

ସାଢ଼େ ୬ କୋଟି ଲୋକଙ୍କ ପାଖରେ ପହଞ୍ଚିଛି PFର ସୁଧ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାୟ ୬.୫ କୋଟି ଲୋକଙ୍କ ଆକାଉଣ୍ଟକୁ ପିଏଫ୍ର ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି । ଆପଣଙ୍କ ପିଏଫ୍ ଆକାଉଣ୍ଟକୁ ବି ଟଙ୍କା ଆସିସାରିଥିବ । ଯଦି ଆପଣଙ୍କୁ ଏସଏମଏସ ଆସିନାହିଁ, ତେବେ ଘରେ ବସି ମଧ୍ୟ ଆପଣ ଅତି ସହଜରେ ଚେକ୍ କରିପାରିବେ । ତେବେ ଇପିଏଫଓ ଏଥର ପିଏଫ୍ ଆକାଉଣ୍ଟରେ ୮.୫% ସୁଧ ଦେଉଛି । ଆପଣ ଘରେ ବସି ଜାଣିପାରିବେ ଆପଣଙ୍କୁ ସୁଧ ଟଙ୍କା କେତେ ମିଳିଛି । ଏଥିପାଇଁ ଆପଣ କେବଳ ପିଏଫ୍ ଆକାଉଣ୍ଟ ସହ ଲିଙ୍କ ଥିବା ରେଜିଷ୍ଟ୍ରର ମୋବାଇଲ ନମ୍ବର ସାହାର୍ଯ୍ୟରେ ପିଏଫ୍ ସୁଧ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣି କିପରି…

– ପ୍ରଥମେ ରେଜିଷ୍ଟାର ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ୍ଡ଼ କଲ୍ କରିବାକୁ ପଡିବ ।

– ନହେଲେ ଆପଣ ୭୭୩୮୨୯୯୮୯୯ରେ EPFOHO UAN ENG ଲେଖି ପଠାଇପାରିବେ ।

– EPFOର ୱେବସାଇଟରେ ଆପଣ ପାସବୁକରେ ବାଲାନ୍ସ ଚେକ୍ କରିପାରିବେ । ପାସବୁକ୍ ଦେଖିବା ପାଇଁ ୟୁଏନ ନମ୍ବର ଥିବା ଜରୁରୀ ।

– UMANG ଆପ ଜରିଆରେ ଆପଣ ପିଏଫ୍ ବାଲାନ୍ସ ଚେକ୍ କରିପାରିବେ ।

ଅଭିଯୋଗ କରିବାକୁ ଇପିଏଫଓ ପକ୍ଷରୁ ହ୍ୱାଟ୍ସଆପ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ମାଧ୍ୟମରେ ଆପଣ ପିଏଫ୍ ଆକାଉଣ୍ଟଧାରୀ ଇପିଏଫଓର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଇପିଏଫଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି ।

ଇପିଏଫଓ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ ଶୁଣୁଛି । ଟ୍ୱିଟର, ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇପିଏଫଓକୁ ଆପଣ ପ୍ରଶ୍ନ ପଚାରିପାରିବେ । ଏହା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ https://epfigms.gov.in/ ୱେବସାଇଟ ଯାଇ ଅଭିଯୋଗ କରିପାରିବେ । ଏଥିପାଇଁ ୱେବସାଇଟକୁ ଯାଇ ‘Register Grievance’ ଉପରେ କ୍ଲିକ କରିବାକୁ ପଡିବ । ଷ୍ଟେପ୍ ପରେ ଷ୍ଟେପ୍ ଦେଇ ଆଗକୁ ଯିବା ପରେ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.