fbpx

PFRDA ପକ୍ଷରୁ ନୂଆ ନିୟମ ଲାଗୁ ହେଲା: NPS ଅର୍ଥ ଉଠାଣ ନିୟମ ବଦଳିଲା, ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ରହିବ

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ ସିଷ୍ଟମ (ଏନପିଏସ) ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟୀ (ପିଏଫଆରଡିଏ) ତରଫରୁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ଆପଣମାନେ ଖାତା ଖୋଲିବାର ୩ ବର୍ଷ ପରେ ଆଂଶିକ ଅର୍ଥ ଉଠାଇ ପାରିବେ । ଆପଣଙ୍କ ପକ୍ଷରୁ ପେନସନ ଖାତାରେ ରହିଥିବା ଯୋଗଦାନର ୨୫ ପ୍ରତିଶତରୁ ଅଧିକ ଉଠାଇ ପାରିବେ ନାହିଁ ।

ଏହି ପରିବର୍ତ୍ତିତ ନିୟମ ଗତ ମାସ ୧୨ ତାରିରେ ଜାରି କରାଯାଇଥିବା ବେଳେ ଫେବୃଆରୀ ମାସ ପହିଲାରୁ ତାହାକୁ ଲାଗୁ କରାଯାଇଛି । ଉଦାହରଣ ସ୍ୱରୂପ: ଯଦି ଏନପିଏସ ଖାତା ଖୋଲିବାର ୩ ବର୍ଷ ମଧ୍ୟରେ ଆପଣ ୮ ଲକ୍ଷ ଟଙ୍କା ଯୋଗଦାନ ଦେଇଥିବେ ଓ ତାହା ବୃଦ୍ଧି ପାଇ ୧୫ ଲକ୍ଷରେ ପହଞ୍ଚିଥିବ ତେବେ ଏଭଳି ସ୍ଥିତିରେ ଆପଣ ୮ ଲକ୍ଷର ୨୫ ପ୍ରତିଶତ ଅର୍ଥାତ କେବଳ ୨ ଲକ୍ଷ ଟଙ୍କା ହିଁ ଉଠାଇ ପାରିବେ ।

ଏନପିଏସ ଖୋଲିବା ପରେ ଆପଣ ସର୍ବାଧିକ ୩ ଥର ନିଜର ପେନସନ ଖାତାରୁ ଅର୍ଥ ଉଠାଇ ପାରିବେ । ଦୁଇ ଥର ଅର୍ଥ ଉଠାଣ ମଧ୍ୟରେ ଅତିକମରେ ୫ ବର୍ଷର ସମୟ ବ୍ୟବଧାନ ରହିବା ଆବଶ୍ୟକ । ତେବେ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର କୌଣସି ଗମ୍ଭୀର ବିମାରୀ କ୍ଷେତ୍ରରେ ଏହି ନିୟମ ଲାଗୁ ହୁଏ ନାହିଁ । ଶିଶୁଙ୍କୁ ଉଚ୍ଚ ଶିକ୍ଷା, ପିଲାଙ୍କ ବିବାହ, ପ୍ରଥମ ଘର କ୍ରୟ, କୌଣସି ବିଶେଷ ବିମାରୀ, ମେଡିକାଲ ଖର୍ଚ୍ଚ, କୌଣସି ନୂଆ ବ୍ୟବସାୟ ଓ ଷ୍ଟାଟଅପ୍ ଆରମ୍ଭ କରିବା ପାଇଁ ଆପଣ ଏନପିଏସରୁ ଅର୍ଥ ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ଏକ ସ୍ୱ-ଘୋଷଣାପତ୍ର ଫର୍ମ ଭରିବାକୁ ପଡ଼ିବ ।

Get real time updates directly on you device, subscribe now.