fbpx

କେନ୍ଦ୍ର ବିରୋଧରେ ବିକ୍ଷୋଭ କଲେ ସିଦ୍ଧରମୈୟା; କହିଲେ- ୧୦୦ ଟଙ୍କା ଟିକସରେ ଆମେ ୧୩ ଟଙ୍କା ଦେଇଥାଉ…

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜ କ୍ୟାବିନେଟ ଏବଂ ସାଂସଦଙ୍କ ସହ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ଟିକସ ଯୋଗଦାନ ଦୃଷ୍ଟିରୁ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକ ୪.୩୦ ଲକ୍ଷ କୋଟି ଟଙ୍କାର ଟିକସ ଦେଇଥାଏ। ଟିକସ ଦେବା କ୍ଷେତ୍ରରେ ମହାରାଷ୍ଟ୍ର ଏକ ନମ୍ବର ରାଜ୍ୟ। ଯଦି ଆମେ ଭାରତ ସରକାରଙ୍କୁ ୧୦୦ ଟଙ୍କା ଟିକସ ଦେଉଛୁ, ତା’ହେଲେ ଏହା ବଦଳରେ କେନ୍ଦ୍ର ସରକାରଙ୍କଠାରୁ ମାତ୍ର ୧୨-୧୩ ଟଙ୍କା ମିଳିଥାଏ।

ସମ୍ବିଧାନର ନିୟମ ଅନୁଯାୟୀ କେନ୍ଦ୍ର ରାଜ୍ୟକୁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ଯୋଗାଇ ଦେବାକୁ ଏହି ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକ ଦାବି କରୁଛନ୍ତି। ତାମିଲନାଡୁ ସରକାର ମଧ୍ୟ ଏହାକୁ ବିରୋଧ କରିପାରନ୍ତି। ଏଠାରେ ଶାସକ ଡିଏମକେର କର୍ମୀମାନେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିସାରିଛନ୍ତି। ଦକ୍ଷିଣର ୫ଟି ରାଜ୍ୟ ମଧ୍ୟରୁ ୩ଟିର ସମାନ ଦାବି ରହିଛି। ସୋସିଆଲ ମିଡିଆରେ ‘ମୋ ଟିକସ, ମୋ ଅଧିକାର’ ଭଳି ଏକ ପ୍ରଚାର ମଧ୍ୟ ଚାଲିଛି।

Get real time updates directly on you device, subscribe now.