fbpx
BSKY
BJD MC SKY
BJD YOUTH SKY

‘ବିଜେଡ଼ି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ…’ କହିଲେ ଜୟରାମ ରମେଶ

ରାଉଲକେଲା: ଆଜି ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ୨ୟ ଦିନ । ଏହି ଅବସରରେ ରାଉଲକେଲାରେ ରୋଡ୍ ଶୋ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରୋଡ୍ ଶୋ ସମୟରେ ସେଠାରେ ଉପସ୍ଥିତ ଜନ ସାଧାରଣଙ୍କ ସହ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ । ତେବେ ଏହି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଅବସରରେ ରାଉଲକେଲାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଉଭୟ ବିଜପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେପି ଓ ବିଜେଡ଼ି ମଧ୍ୟରେ କୌଣସି ଫରକ ନାହିଁ । ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କହିଥିଲେ ଜୟରାମ ରମେଶ ।

ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ମୋଦୀ ସରକାର ବିକିବାରେ ଲାଗିଛନ୍ତି । ବନ୍ଦରଠାରୁ ଆରମ୍ଭ କରି କଳକାରଖାନାକୁ ଘରୋଇ କମ୍ପାନୀ ହାତକୁ ଟେକିଦେଲଣି । ଯଦି ମୋଦୀ ସରକାରଙ୍କ ତୃତୀୟ ଥର ସରକାର ହୁଏ ତେବେ ସେ ରାଉରକେଲାକୁ ବି ବିକିଦେବେ । ସବୁ ଜାଣିଶୁଣି ମୋଦୀ ସରକାରଙ୍କ ବିରୋଧରେ ବିଜେଡି ସରକାର କେବେବି ବିରୋଧର ସ୍ୱର ଉଠାଇନି ବରଂ ପରୋକ୍ଷରେ ଉଭୟ ଉଭୟଙ୍କୁ ସମର୍ଥନ କରୁଛନ୍ତି । କାରଣ ବିଜେଡି , ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନଙ୍କ ମଧ୍ୟରେ କିଛି ଫରକ ନାହିଁ । କେବଳ କଂଗ୍ରେସ ହିଁ ଏହାକୁ ବିରୋଧ କରିବ ବୋଲି କହିଛନ୍ତି ଜୟରାମ ରମେଶ । ଜୟରାମଙ୍କ ପୂର୍ବରୁ ରାହୁଲ କହିଥିଲେ ଯେ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।

 

Get real time updates directly on you device, subscribe now.