ରେଳ ବିଭାଗ ପକ୍ଷରୁ ୧୦୩୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି: PGT, TGT, ଅନୁବାଦକ, ଇନ୍ସପେକ୍ଟର, ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେଳ ବିଭାଗ ପକ୍ଷରୁ ୧୦୩୬ଟି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବର୍ତ୍ତମାନ ଏଥିପାଇଁ ଶର୍ଟ ନୋଟିଫିକେସନ ଜାରି ହୋଇଥିବା ବେଳେ ଆସନ୍ତା ମାସ ୭ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯିବ । ଜାନୁଆରୀ ୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୨ରେ ସମାପ୍ତ ହେବ । ବିଭିନ୍ନ ବିଷୟର ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି), ବିଭିନ୍ନ ବିଷୟର ଟ୍ରେନଡ ଗ୍ରାଜୁଏଟ ଟିଚର (ଟିଜିଟି), ମୁଖ୍ୟ ଆଇନ ସହାୟକ, ପବ୍ଲିକ ପ୍ରସିକ୍ୟୁଟର, ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, କନିଷ୍ଠ ଅନୁବାଦକ / ହିନ୍ଦି, ଲାଇବ୍ରେରିଆନ, ସିନିୟର ପବ୍ଲିସିଟି ଇନ୍ସପେକ୍ଟର, ଲ୍ୟାବ ଆସିଷ୍ଟାଣ୍ଟ ଗ୍ରେଡ-୩, ଆସିଷ୍ଟାଣ୍ଟ ଟିଚର (ମହିଳା), ବିଭିନ୍ନ ବିଷୟର ପ୍ରାଥମିକ ଶିକ୍ଷକ ଆଦି ପଦ ପୂରଣ ହେବ ।

ସମସ୍ତ ପୋଷ୍ଟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଏଥିସହିତ ବୟସ ଯୋଗ୍ୟତା ମଧ୍ୟ ଭିନ୍ନ ରହିଛି । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦୨୫ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ୧୮ ବର୍ଷ ହୋଇଥିବା ଆବଶ୍ୟକ । ଡିଟେଲ୍ଟ ନୋଟିଫିକେସନ ଜାରି ହେବା ପରେ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ବେତନ ହାର, ଚୟନ ପ୍ରକ୍ରିୟା, ପରୀକ୍ଷା ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।