fbpx

Assistant Professor ପୋଷ୍ଟ ପାଇଁ PhD ବାଧ୍ୟତାମୂଳକ ନୁହେଁ, ଶିକ୍ଷାମନ୍ତ୍ରୀ ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚଡି ବାଧ୍ୟତାମୂଳକ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କଲେଜମାନଙ୍କରେ ସହାୟକ ପ୍ରଫେସର ଭର୍ତ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ହେବନି । ତେବେ ଏହି ନିୟମ କେବଳ ଚଳିତ ୨୦୨୧ ବର୍ଷ ପାଇଁ ଲାଗୁ ହେବ । ୟୁନିଭରସିଟିରେ ଖାଲି ପଡ଼ିଥିବା ପଦଗୁଡ଼ିକ ପୂରଣ ପାଇଁ ନିୟମରେ ଏପରି କୋହଳ କରାଯାଇଛି । ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ସହାୟକ ପ୍ରଫେସର ପଦ ପାଇଁ ପିଏଚଡି ବାଧ୍ୟତାମୂଳକ ଅଟେ । ମାତ୍ର ଏହି ମାନଦଣ୍ଡକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ହଟାଇ ଦେଇଛି । ଯେଉଁ ପିଜି ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ରାଷ୍ଟ୍ରୀୟ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ, ସେମାନେ ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.