fbpx

OSSSC ପକ୍ଷରୁ ସୂଚନା: ଫାର୍ମାସିଷ୍ଟ ଓ MHW (ପୁରୁଷ) ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅଗଷ୍ଟ ମାସ ୩ ତାରିଖ (ଶନିବାର) ଦିନ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ (ପୁରୁ) ପଦ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ । ମିଳତ ନିଯୁକ୍ତି ପରୀକ୍ଷା-୨୦୨୩ (୩) ଅଧିନରେ କମ୍ପ୍ୟୁଟର ବେସଡ୍ ରିକ୍ରୁଟମେଣ୍ଟ ଟେଷ୍ଟ (ସିବିଆରଟି) ଜରିଆରେ ଏହି ପରୀକ୍ଷା ହେବ । ପରୀକ୍ଷା ତାରିଖ, ଭେନ୍ୟୁ, ସମୟ, କେନ୍ଦ୍ର ବାବଦରେ ସବିଶେଷ ତଥ୍ୟ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିବ । ପରୀକ୍ଷାର ୧୫ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଜାରି କରାଯିବ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏଥିସହିତ ନିୟମିତ ଭାବେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି ।

Get real time updates directly on you device, subscribe now.