PhonePe ଆଣୁଛି ବଡ଼ ଉପହାର: ମହାକୁମ୍ଭରେ ପର୍ଯ୍ୟଟକ ମାନଙ୍କୁ ଦେବ Insurance ସୁବିଧା

ମହାକୁମ୍ଭକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବୀମା ସୁବିଧା କରାଇବ PhonePe : ୟୁଜର ପାଇବେ ବଡ଼ ଉପହାର

ନୂଆଦିଲ୍ଲୀ: ଫୋନପେ ପକ୍ଷରୁ ଚଳିତବର୍ଷ ଜାନୁୟାରୀ ୧୩ରୁ ଫେବୃଆରୀ ୨୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ ମେଳାରେ ଯୋଗ ଦେଉଥିବା ଯାତ୍ରୀଙ୍କ ପାଇଁ ଏକ ପ୍ରଥମ ଧରଣର ବୀମା କଭରେଜର ଶୁଭାରମ୍ଭ କରାଯାଇଛି ।

Insurance ସୁବିଧା: ବିଭିନ୍ନ ପ୍ରକାରର ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହି ସାମଗ୍ରିକ କିନ୍ତୁ ସୁଲଭ ବୀମା ଯୋଜନାର ୨ଟି ବିକଳ୍ପ ଉପଲବ୍ଧ ହେଉଛି । ଯଥା ଟ୍ରେନ କିମ୍ବା ବସରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରତି ଯାତ୍ରୀ ପିଛା ୫୯ ଟଙ୍କା ଏବଂ ଦେଶୀୟ ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରତି ଯାତ୍ରୀ ପିଛା ୯୯ ଟଙ୍କା ।

ଉପଭୋକ୍ତାମାନେ ୨୫ ଫେବୃଆରୀ ୨୦୨୫ ପର୍ୟ୍ୟନ୍ତ ଫୋନପେ ପ୍ଲାଟଫର୍ମରେ ଯୋଜନାର ଲାଭ ଉଠାଇପାରିବେ । ମେଳାରେ ଯାତ୍ରା ଏବଂ ରହଣିର ସମ୍ପୂର୍ଣ୍ଣ ଅବଧି ପାଇଁ ସାମଗ୍ରିକ କଭରେଜ ପାଇପାରିବେ ।

କ’ଣ କହିଲେ ସିଇଓ: ଶୁଭାରମ୍ଭ ସମ୍ପର୍କରେ ମତବ୍ୟକ୍ତ କରି ଫୋନପେ ଇନସ୍ୟୁରାନ୍ସ ବ୍ରୋକିଂ ସର୍ଭିସେସର ସିଇଓ ବିଶାଲ ଗୁପ୍ତା କହିଛନ୍ତି, ମହାକୁମ୍ଭ ମେଳା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ପାଇଁ ବୀମାକ୍ଷେତ୍ରରେ ଏହି ପ୍ରଥମ ଧରଣର ବୀମା ଅଫର ପ୍ରଦାନ କରି ଆମେ ଆନନ୍ଦିତ ।

ଫୋନପେ’ରେ ଆମେ ନିରନ୍ତର ଭାବରେ ଅଭିନବ ସମାଧାନ ପ୍ରଦାନ କରିବାକୁ ଚେଷ୍ଟା କରୁ, ଯେଉଁ ପ୍ଲାନଗୁଡ଼ିକ କେବଳ ସୁଲଭ ନୁହେଁ ବରଂ ସାମଗ୍ରିକ କଭରେଜ ମଧ୍ୟ ପ୍ରଦାନ କରେ ଯାହା ଆମର ଗ୍ରାହକଙ୍କ ପାଇଁ ଏକ ଚାପମୁକ୍ତ ଅନୁଭୂତିକୁ ସୁନିଶ୍ଚିତ କରେ ।

ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରାନ୍ସ, ଚିଫ-ରିଟେଲ ଏବଂ ଗଭର୍ଣ୍ଣମେଣ୍ଟ ଆନନ୍ଦ ସିଂଘି କହିଛନ୍ତି, ଗ୍ରାହକଙ୍କ ଆବଶ୍ୟକତା ବିଷୟରେ ସେମାନଙ୍କ ଗଭୀର ବୁଝାମଣା ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଅତୁଳନୀୟ ପ୍ରସାର ଯୋଗୁଁ ଆମେ ବୀମା ଶିଳ୍ପରେ ସର୍ବପ୍ରଥମେ ଏହି ବୀମା ଅଫର ପାଇଁ ଫୋନପେ ସହିତ ସହଭାଗୀତା କରିଛୁ ।