fbpx

ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ : ଓଡିଶା ହାଇକୋର୍ଟଙ୍କ ବଡ ରାୟ

Advertisement

ଭୁବନେଶ୍ୱର: ବିବାହ ଏବଂ ଶାରିରୀକ ସର୍ମ୍ପକକୁ ନେଇ ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ କୌଣସି ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛନ୍ତି ତେବେ ଏହା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ହେବ ନାହିାଁ କାରଣ ସେମାନେ ସେମାନଙ୍କ ସ୍ୱଇଚ୍ଛାରେ ସମ୍ପର୍କ ରଖିଥାନ୍ତି । ଏଥିସହିତ ଏହି କ୍ଷେତ୍ରରେ ଦୁଷ୍କର୍ମ ଆଇନ୍ ବ୍ୟବହାର ଅନୁଚିତ୍ ବୋଲି କୋର୍ଟ କହିଛନ୍ତି । ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା । ଯେଉଁଥିରେ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଖଣ୍ଡପିଠ ଏପରି ରାୟ ଦେଇଛନ୍ତି । ତେବେ ଜଣେ ପ୍ରାପ୍ତବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ୨୦୨୦ ମସିହା ଜାନୁଆରି ୧୨ତାରିଖରେ ତାକୁ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା । ସେଠାରେ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ମଧ୍ୟ ରଖିଥିଲା । କିନ୍ତୁ ଶାରୀରିକ ସମ୍ପର୍କ ରଖି ସାରିବାର କିଛି ଦିନ ପରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଛାଡି କେଉଁଆଡେଁ ପଳାଇଥିଲା । ଏଥିସହିତ ଏହି ଘଟଣା ବିଷୟରେ ଖବର ପାଇ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେ ଏହି ଘଟଣାକୁ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଫଳରେ ହାଇକୋର୍ଟ ଅଭିଯୁକ୍ତର ଜାମିନକୁ ମଞ୍ଜୁରୀ ଦେବା ସହ ବିବାହର ପ୍ରତିଶ୍ରୁତୀ ଦେଇ ପ୍ରାପ୍ତ ବୟସର ମହିଳାଙ୍କ ସହ ଶାରୀରିକ ସମ୍ପକ ରଖିବା ଦୁଷ୍କର୍ମ ମାମଲା ନୁହେଁ ବୋଲି ତାଙ୍କ ରାୟ ଶୁଣାଉଛନ୍ତି

Get real time updates directly on you device, subscribe now.