fbpx
BJD
BJD SKY
BJD SKY

ନର୍ସିଂ ପାଠ୍ୟପୁସ୍ତକ ବୁଝାଉଛି ଯୌତୁକର ଫାଇଦା: ଅସୁନ୍ଦରୀ ଝିଅଙ୍କୁ ବି ମିଳିବେ ସୁନ୍ଦର ବର

ନୂଆଦିଲ୍ଲୀ: ଯୌତୁକ ଦେବା ଓ ନେବା ଆଇନତଃ ଅପରାଧ । ଆଜିବି ସମାଜରେ ଏହି କୁସଂସ୍କାର ପ୍ରଚଳିତ । ମାତ୍ର ପାଠ୍ୟପୁସ୍ତକରେ ଏହାକୁ ପ୍ରୋତ୍ସାହନ ଦିଆଯିବା ଅତ୍ୟନ୍ତ ଭୟଙ୍କର । ଏମିତି କିଛି ଘଟିଛି ଇଣ୍ଡିଆନ ନର୍ସିଙ୍ଗ କାଉନସିଲ୍ ପକ୍ଷରୁ ପ୍ରକାଶିତ ସୋସିଓଲୋଜି ପୁସ୍ତକରେ । ଯୌତୁକ ପ୍ରଥାର କଣ କଣ ଫାଇଦା ରହିଛି ତାହା ଏହି ପୁସ୍ତକରେ ଆଲୋଚନା କରାଯାଇଛି । ନର୍ସିଂ ପାଠ୍ୟକ୍ରମରେ ମଧ୍ୟ ଏହା ପଢାଯାଉଥିବା ବେଳେ ଏହାକୁ ନେଇ ଉଠିଛି ବିବାଦ । ମେରିଟସ ଅଫ୍ ଡାଓରୀ ନାମକ ଚାପ୍ଟରରେ ଏହି ପ୍ରସଙ୍ଗରେ ପଢାଯାଇଛି ।

ସାମାଜିକ ବ୍ୟବସ୍ଥାରେ ଯୌତୁକ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ବୁଝାଇବାକୁ ଚେଷ୍ଟା କରାଯାଇଛି । ଏକ ନୂତନ ଘର ସ୍ଥାପନ କରିବା ପାଇଁ ଆବଶ୍ୟକ ଜିନିଷକୁ ଯୌତୁକ ଆକାରରେ ପ୍ରଦାନ କରାଯାଇଥାଲ । ପିତାଙ୍କ ସମ୍ପତ୍ତିରେ ଝିଅର ଅଧିକାର ଭାବରେ ମଧ୍ୟ ଯୌତୁକ ପ୍ରଦାନ କରାଯାଇଥାଏ । ପୂର୍ବରୁ ଯୌତୁକ ପାଇଁ ଝିଅଙ୍କ ବିବାହ ହୋଇ ପାରୁନଥିଲା ଯାହା ଫଳରେ ପିତାମାତା ନିଜ ଝିଅ ମାନଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ କରିଥିଲେ । ଯାହାକି ଝିଅ ମାନଙ୍କୁ ପରୋକ୍ଷରେ ସାହାଯ୍ୟ କରିଛି ବୋଲି ଲେଖାଯାଇଛି । ଏହା ଦ୍ୱାରା ଅସୁନ୍ଦରୀ ଝିଅ ମାନେ ମଧ୍ୟ ସୁନ୍ଦର ପୁଅଙ୍କୁ ବିବାହ କରିବାରେ ସକ୍ଷମ ହୁଅନ୍ତି ବୋଲି ଲେଖାଯାଇଛି ।

ଅପର୍ଣ୍ଣା ନାମକ ଜଣେ ଟ୍ୱିଟ୍ଟର ୟୁଜର ଏହି ପୃଷ୍ଠାକୁ ଶେୟାର କରିବା ପରେ ଦେଖା ଦେଇଥିଲା ବିବାଦ । ଟି କେ ଇନ୍ଦ୍ରାଣୀଙ୍କ ରଚିତ ଏହି ପୁସ୍ତକକୁ ଇଣ୍ଡିଆନ ନର୍ସିଙ୍ଗ କାଉନସିଲ୍ ପକ୍ଷରୁ ମଧ୍ୟ ମାନ୍ୟତା ମିଳିଛି । ଏହାକୁ ବିରୋଧ କରିବା ସହିତ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.