fbpx

ପୁଣି ବଢ଼ିବ ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ତିନି ମାସ ମଧ୍ୟରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ନା

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ ଆସେମ୍ବଲିକୁ ଭଙ୍ଗ କରିଦେଇଥିଲେ । ବର୍ତ୍ତମାନ ପାକିସ୍ତାନରେ ତିନି ମାସ ଅର୍ଥାତ ୯୦ ଦିନ ମଧ୍ୟରେ ନିର୍ବାଚନ କରାଇବା ନେଇ ଚର୍ଚ୍ଚା ଚାଲିଛି । ତେବେ ଏହାମଧ୍ୟରେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିବୃତ୍ତି ଆସିଛି । ମାତ୍ର ୩ ମାସର ସୀମିତ ସମୟ ମଧ୍ୟରେ ସାଧାରଣ ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି ।

ଯଦି ପାକିସ୍ତାନରେ ସବୁକିଛି ଠିକଠାକ୍ ଚାଲିଥାନ୍ତା ତେବେ ଆସନ୍ତା ବର୍ଷ ଅଗଷ୍ଟ ମାସରେ ନିର୍ବାଚନ ହୋଇଥାନ୍ତା । ମାତ୍ର ରାଜନୈତିକ ଅସ୍ଥିରତା କାରଣରୁ ସଦନକୁ ସମୟସୀମା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା । ଇମ୍ରାନ ନିର୍ବାଚନ ଲଢ଼ିବା ବଦଳରେ ସୁପ୍ରିମକୋର୍ଟ କାହିଁକି ପହଞ୍ଚିଲେ ବୋଲି ବିପକ୍ଷ ଦଳମାନେ କଟାକ୍ଷ କରିଛନ୍ତି ।

ତେବେ ପାକିସ୍ତାନରେ ପୁନର୍ବାର ନିର୍ବାଚନ କରାଇବା ଏକପ୍ରକାର ଅସମ୍ଭବ ପରି ମନେହେଲାଣି । ନିର୍ବାଚନ ଆୟୋଗଙ୍କ ବୟାନ ଏହି ଅସ୍ଥିରତାକୁ ଆହୁରି ଅଡ଼ୁଆ କରିଦେଉଛି । ଦ୍ୱିତୀୟ ଥର ପାଇଁ ନିର୍ବାଚନ କରାଇବାକୁ ହେଲେ ଅତିକମରେ ୬ ମାସ ସମୟ ଦରକାର ବୋଲି ଆୟୋଗଙ୍କ ପକ୍ଷରୁ ଏକ ପ୍ରଶ୍ନର ଉତ୍ତରରେ କୁହାଯାଇଛି । ତରବରିଆ ଭାବେ ଭୋଟ ଗ୍ରହଣ କରାଗଲେ ଅନେକ ମତଦାତା ଭୋଟଦାନରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.