ରାଉରକେଲା: ପିକଅପ୍ ଧକ୍କାରେ ଗଛରେ ଯାଇ ଝୁଲିଲା ଅଟୋ । ରାସ୍ତାରେ ଛିଡ଼ା ଥିବା ଅଟୋକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ ।
ଧକ୍କାରେ ୧୫ ଫୁଟ ଉଚ୍ଚା ଗଛରେ ଯାଇ ଝୁଲିଲା ଅଟୋ । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ରାଉରକେଲା ବିଶ୍ରା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଡ୍ରାିଭର ଅଟକ ଥିବା ସୂଚନା । ଦୁର୍ଘଟଣାରେ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ଅଟୋକୁ ଗଛରୁ କାଢ଼ିବା ପାଇଁ ବ୍ୟବସ୍ଥା କରିଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ।