fbpx
BJD SKY
BJD SKY

ଚମ୍ପା ଘାଟିରେ ଓଲଟିଲା ପିକଅପ୍‌: ୨୧ ଜଣ ଆହତ

BJD

ମୋହାନା: ଗଜପତି ଜିଲ୍ଲାରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ଚମ୍ପା ଘାଟିରେ ପିକଅପ୍ ଭ୍ୟାନ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୨୧ଜଣ ଛାତ୍ର ଆହତ ହୋଇଛନ୍ତି । ଛେଳିଗଡ଼ ହାଇସ୍କୁଲର ଛାତ୍ରଙ୍କୁ ନେଇ ଫେରିବା ବେଳେ ଭ୍ୟାନଟି ଓଲଟି ପଡିଛି । ତେବେ ପିକଅପରେ ଥିବା ସମସ୍ତ ୨୧ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଏହି ସମସ୍ତ ଛାତ୍ରମାନେ କ୍ରୀଡ଼ା ଉତ୍ସବରେ ଯୋଗଦେଇଥିଲେ । ସେଠାରୁ ଏକ ପିକଅପରେ ସେମାନେ ଘରକୁ ଫେରିବା ସମୟରେ ଚମ୍ପା ଘାଟିରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓଲଟି ପଡିଥିବା ପିକଅପରୁ ଛାତ୍ରମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ୧୪ ଜଣ ଛାତ୍ର ଉଦୟଗିରି ଓ ୭ଜଣ ଛାତ୍ରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.