fbpx

(Video) କେବେ ଦେଖିଛନ୍ତି କି ‘ସାଇଲେଣ୍ଟ ବରଯାତ୍ରୀ’: କାନରେ ହେଡ଼ଫୋନ ଲଗାଇ ଖୁବ ନାଚିଲେ

ଓଡ଼ିଶା ଭାସ୍କର: ବିବାହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହରେ କିଛି ସ୍ୱତନ୍ତ୍ର କରିବାକୁ ଚାହିଁଥାନ୍ତି । ହେଲେ ବର୍ତ୍ତମାନ ସମୟରେ ଲୋକମାନେ ନିଜ ବିବାହକୁ ନେଇ ବିଭିନ୍ନ ପ୍ରକାର ନୂଆ ନୂଆ ଏକ୍ସପେରିମେଣ୍ଟ କରିବାରେ ଲାଗିଛନ୍ତି । ବାହାଘରରେ ମଧ୍ୟ ସୋସିଆଲ ମିଡିଆ ପରି ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି ।

ତେବେ ନିକଟରେ ଏକ ବିବାହରେ ଏପରି ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି ଯହା ଦେଖି ସମସ୍ତେ ଖୁସିରେ ସାବାସି ଦେଇଛନ୍ତି । ବିଶେଷ କରି ପରିବେଶବିତମାନେ ଏହି ଭିଡିଓ ଦେଖିବା ପରେ ଏହି ଆଇଡିଆକୁ ପ୍ରଶଂସା ନକରି ରହି ପାରୁନାହାନ୍ତି । ତେବେ ଏହି ନୂତନ ଟ୍ରେଣ୍ଡ ହେଉଛି ‘ବିନା ଶବ୍ଦରେ ବରଯାତ୍ରୀ’ ବା ‘ସାଇଲେଣ୍ଟ ବାରାତି’ । କାନକୁ ଅଜବ ଶୁଣାଯାଉଥିଲେ ମଧ୍ୟ କଥାଟି ସତ ।

ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ- ବିନା ଗୀତରେ କେଉଁ ପ୍ରକାର ବରଯାତ୍ରୀ? କେଉଁପରି ଭାବରେ ନାଚ ଗୀତ ସମ୍ଭବ? ତେବେ ଏହାର ଉତ୍ତର ହେଉଛି ଟେକ୍ନୋଲୋଜି । ନୂତନ ପିଢ଼ି ଟେକ୍ନୋଲୋଜିକୁ ନେଇ ଏତେ ଆଗରେ ପହଞ୍ଚିଛି ଯେ ବର୍ତ୍ତମାନ ସାଇଲେଣ୍ଟ ଡିସ୍କୋ ବଦଳରେ ସାଇଲେଣ୍ଟ ବାରାତି ଦେଖିବାକୁ ମିଳୁଛି । ଆଜ୍ଞା ହଁ! ଏହି ବରଯାତ୍ରୀରେ ସମସ୍ତେ ହେଡ଼ଫୋନ ଲଗାଇ ନାଚିଥିଲେ ଏବଂ କନ୍ୟାଘରେ ପହଞ୍ଚିଥିଲେ ।

ତେବେ ବର୍ତ୍ତମାନ ସମୟରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ଏଡ଼ାଇବା ପାଇଁ ଏଭଳି ବଭିନବ ଉପାୟରେ ବରଯାତ୍ରୀ ନେଇ ଯାଇଥିଲେ ଏହି ବର ଜଣଙ୍କ । ତେବେ ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.