fbpx
BSKY SKY
BSKY SKY

ପିକଅପ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ରୋଗୀ ସମେତ ୫ ଗୁରୁତର

BSKY

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ରୂପସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଗପଥ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ରୋଗୀ ସହ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଆହାତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବାଲେଶ୍ୱରର ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ଅଞ୍ଚଳରୁ ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଡାକ୍ତରଖାନକୁ ଯାଉଥିଲା । ସେତିକି ବେଳେ ମିରିଗୁମୁଣ୍ଡି ଛକ ନିକଟରେ ଏକ ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ରୋଗୀ ସମେତ ୫ ଜଣ ଗୁରୁତ ହୋଇଛନ୍ତି ।

ପରବର୍ତ୍ତୀ ସମୟରେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ସେଠାରୁ ଗୁରୁତମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ପୋଲିସଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ଦୂର୍ଘଟଣାର କୌଣସି ସଠିକ କାରଣ ମିଳି ନାହିଁ । ଏ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.