ପିକନିକ୍ ସାଜିଲା କାଳ, ପାଣିରେ ବୁଡ଼ି ମରିଗଲେ ୫ ସାଙ୍ଗ
ସାଙ୍ଗ ହୋଇ ମଜା ମସ୍ତି କରୁଥିଲେ ୬ ଜଣ ସାଙ୍ଗ। ଭୋଜି ଭାତ କରି ଖାଇଲେ। ଆଉ ଶେଷରେ ହ୍ରଦରେ ଗାଧୋଇବା ବେଳେ, ହାତ ଧରାଧରି ହୋଇ ୫ ଜଣ ସାଙ୍ଗ ଚାଲିଗଲେ।
ମହାରାଷ୍ଟ୍ର: ପିକନିକ୍ ସାଜିଲା କାଳ। ମଜା ମସ୍ତି କରୁ କରୁ ବୁଡି ମରିଗଲେ ୫ ସାଙ୍ଗ। ହାତ ଧରାଧରି ହୋଇ ଚାଲିଗଲେ ଏକା ସାଙ୍ଗରେ ଜ୫ ଜଣ ସାଥୀ। ହେଲେ ଜଣେ କଷ୍ଟେମଷ୍ଟେ ଜୀବନ ଫେରି ପାଇଲେ। ହେଲେ ଅନ୍ୟ ପାଞ୍ଚ ସାଙ୍ଗ ପାଣିରେ ବୁଡ଼ି ମରିଗଲେ।
ହଁ ଶନିବାର ଦିନ ପିକନିକ୍ କରିବାକୁ ୬ ଜଣ ସାଙ୍ଗ ସାଥୀ ହୋଇ ବାହାରିଥିଲେ ଚନ୍ଦ୍ରପୁର ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଘୋଡାଝରୀ ହ୍ରଦ ନିକଟକୁ। ଆଉ ସେଠାରେ ପହଞ୍ଚି ବୋହୁତ ମଜା ମସ୍ତି କଲେ। ରୋଷେଇ କଲେ ଆଉ ଖାଇଲେ ମଧ୍ୟ।
ଖାଇସାରି ପାଖରେ ଥିବା ଘୋଡ଼ାଝରି ହ୍ରଦରେ ଗାଧୋଇବା ପାଇଁ ୬ ଜଣ ସାଙ୍ଗ ସାଥୀ ହୋଇ ପାଣି ଭିତରକୁ ପଶିଗଲେ। ପୋଲିସର ସୂଚନାନୂଯାୟୀ, ୬ ଜଣ ସାଙ୍ଗ ଗାଧୋଇବା ବେଳେ ଭୁଲ ବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ।
ଆଉ ସେଠାରୁ ଫେରିପାରିଲେ ନାହିଁ। ଜଣେ ଯୁବକ କଷ୍ଟେମଷ୍ଟେ ପହଁରି କୂଳକୁ ଆସିଲେ। ଆଉ କୂଳକୁ ଆସିବା ପରେ ଅନ୍ୟ ମାନଙ୍କ ସମ୍ପର୍କରେ କହିଥିଲେ। ପରେ ଦମକଳ ବାହିନୀ ହ୍ରଦରେ ଖୋଜାଖୋଜି କରିଥିଲା। ହେଲେ ସେତେବେଳକୁ ସବୁ ସରିଯାଇଥିଲା।
ଦମକଳବାହୀନି ପାଣି ଭିତରୁ ୫ ସାଙ୍ଗଙ୍କ ଶବ ବାହାର କଲା। ଏହି ଘଟଣାଟି ମାହାରାଷ୍ଟ୍ରରେ ଘଟିଥିବା ବେଳେ, ଗତକାଲି ହୋଲି ଖେଳି ଗାଧୋଇବା ବେଳେ, ମହାରାଷ୍ଟ୍ରର ଥାନେ ଜିଲ୍ଲାର ୪ ଜଣ ନାବାଳକ ସାଙ୍ଗ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଉଭୟ ୪ ଜଣ ଦଶମ ଶ୍ରେଣୀର ଛାତ୍ର ଥିଲେ।