fbpx

ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

ହାଇଦ୍ରାବାଦ: ସୋମବାର ତେଲେଙ୍ଗାନା ଡିଣ୍ଡିଗୁଲ ଏୟାରଫୋର୍ସ ଟ୍ରେନିଂ ଏକାଡ଼େମୀରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଶିକ୍ଷଣ ବେଳେ ପିଲାଟୁସ୍ ପିସି ୭ ଏମ୍‌କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ବାୟୁସେନା ପାଇଲଟ୍ ଥିଲେ । ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ୍ ଓ ଅନ୍ୟ ଜଣେ ପ୍ରଶିକ୍ଷକ ଥିବା ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’(ପୂର୍ବରୁ ଟ୍ୱିଟ୍‌) କରାଯାଇଛି ।


ତେବେ ଏହି ଦୁର୍ଘଟଣାରେ କୌଣସି ଧନ-ଜୀବନ ହାନି ହୋଇନଥିବା ସୂଚନା ମିଳିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.