ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷଙ୍କ ବଡ଼ ଘୋଷଣା, ଆସନ୍ତା ଦଶହରାରୁ ପୁଣି ଚଢିବେ ମଞ୍ଚ
ବଡ଼ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣି ସିଂହବାହିନୀ ମଞ୍ଚକୁ ଓହ୍ଲାଇବେ ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ।
ଭୁବନେଶ୍ବର: ବଡ଼ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣି ସିଂହବାହିନୀ ମଞ୍ଚକୁ ଓହ୍ଲାଇବେ ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ।
ଏବର୍ଷ ହିଁ ପୀୟୂଷ ଯାତ୍ରାରେ ଅଭିନୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଭୋଳା ହୋଇ ମରିବେ, ଶଙ୍କର ହୋଇ ମାରିବେ। କେବଳ ସେତିକି ନୁହେଁ ଆଉ ଏକ ଚର୍ଚ୍ଚିତ ନାଟକରେ ମଧ୍ୟ ନଜର ଆସିବେ ପୀୟୂଷ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବର୍ଷେ ବିଶ୍ରାମ ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲି ସେଥିରୁ ଓହରିଛି । ବିବାଦ ପିଛା ନ ଛାଡ଼ିବାରୁ ଚଳିତ ବର୍ଷ ଯାତ୍ରା ମଞ୍ଚକୁ ଓହ୍ଲାଇବି । ଭୁଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଥିଲି । 2026-27ରୁ ପାଞ୍ଚ ବର୍ଷ ପାଇଁ ସିଂହବାହିନୀ ଯିବାକୁ ଚୁକ୍ତି କରିଥିଲି । ମାତ୍ର ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ ନେଇ କିଛି କହିଲେନି” ।
ପ୍ରକାଶ ଥାଉକି, ଦୁଇଟି ମାଲିକ ତଥା ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଓ ସିଂହବାହିନୀ ମାଲିକ ସଞ୍ଜୀବ ପାଢୀଙ୍କଠାରୁ ଟଙ୍କା ନେଇ ଅଡୁଆରେ ଥିଲେ ପୀୟୂଷ। ଶେଷରେ ମାଲିକ ସଂଘ ପୀୟୂଷ ଉପରେ ଚାପ ପକାଇବାରୁ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ପୀୟୂଷ ନିଷ୍ପତି ନେଇଥିଲେ କି ୨୦୨୫-୨୦୨୬ ବର୍ଷରେ କାମ କରିବେ ନାହିଁ। କିନ୍ତୁ ଏବେ ଖୁବ୍ ଜଲଦି ସେ ସିଂହବାହିନୀ ଯାତ୍ରା ମଞ୍ଚରେ ଅଭିନୟ କରିବେ। ଯାହା ଏବେ ଯାତ୍ରା ମାଲିକ ସଂଘ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।