fbpx

ମିଜୋରାମରେ ବିମାନ ଦୁର୍ଘଟଣା, ୬ ଆହତ

Advertisement

ଆଇଜୋଲ: ମିଜୋରାମର ଲେଙ୍ଗପୁି ବିମାନ ବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ବିମାନ ଦୁର୍ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ମିଜୋରାମର ପୋଲିସ ମହାନିଦେଶକଙ୍କ କହିବାନୁଯାୟୀ Burmese ସେନାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ମୋଟ୍ ୧୪ ଜଣ ଯାତ୍ରୀ ଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପ୍ରାପ୍ତ ସୂଚନାନୁଯାୟୀ ବିମାନଟି ଅବତରଣ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ ଏଏନଆଇ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରାଯାଇଛି ।

Get real time updates directly on you device, subscribe now.