fbpx

ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣା: ବିମାନ ଖସିପଡିବାରୁ ୨ ପାଇଲଟ୍ ମୃତ

କାଳିଆପାଣି,୮ ।୬(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ ଅନ୍ତର୍ଗତ ବିରାଶାଳ ଏୟାରଷ୍ଟ୍ରାପରେ ଆଜି ସକାଳୁ ଏକ ଟ୍ରେନିଂ ବିମାନ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୨ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


ତେବେ ସକାଳ ୭ଟା ୩୦ ମିନିଟ୍ ସମୟରେ ଟ୍ରେନିଂ ନେଉଥିବା ପାଇଲଟ୍ ବିମାନକୁ ୨ ରାଉଣ୍ଡ ଉଡାଇବା ପରେ ୩ୟ ରାଉଣ୍ଡ ପାଇଁ ରନୱେରେ ବାହାରିପଡିଥିଲେ । କିନ୍ତୁ ବିମାନଟି ରନେୱେରୁ ଉଡାଣ ଭରିଥିବା ବେଳେ କୌଣସି କାରଣବଶତଃ ୫୦ରୁ ୧୦୦ ଫୁଟ ଉପରୁ ଗଳି ପଡିଥିଲା । ଫଳରେ ଟ୍ରେନିଂ ନେଉଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ମୃତ ପାଇଲଟଙ୍କ ପରିଚୟ ମିଳିନାହିଁ ।

Get real time updates directly on you device, subscribe now.