fbpx

ଓଡିଶା ଅଭିମୁଖେ ବିମାନ, ଅପରାହ୍ନରେ ପହଞ୍ଚିବ ଟିକା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଆସନ୍ତା ୧୬ରେ ହେବାକୁ ଯାଉଥିବା ଟିକାକରଣକୁ ଦେଖି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟ ଓଡିଶା ଅଭିମୁଖେ ବାହାରିଛି କରୋନା ଟିକା । କରୋନା ଟିକା ନେଇ ପୁଣେରୁ ବାହାରିଛି ଟିକା ବୋଝେଇ ବିମାନ । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଭୁବେନଶ୍ୱର ଆସୁଛି । ସ୍ପାଇସଜେଟ୍ ବିମାନରେ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ଆସୁଛି । ଅପରାହ୍ନରେ ଭୁବେନଶ୍ୱର ବିମାନ ବନ୍ଦରରେ ଟିକା ପହଞ୍ଚିବ । ରାଜ୍ୟ ଟିକା ସଂଗ୍ରାହଳୟରେ କୋଭିସିଲ୍ଡ ଟିକା ରହିବ ବୋଲି ପୂର୍ବରୁ ସ୍ଥିର ହୋଇଛି ।

Get real time updates directly on you device, subscribe now.