Bahubali-3କୁ ନେଇ Planning ଆରମ୍ଭ: ପୁଣିଥରେ ଏକାଠି ହେବେ ପ୍ରଭାସ-ରାଜାମୌଲୀ, ପୁଣି ଭାଙ୍ଗିବ ରେକର୍ଡ

ଓଡ଼ିଶା ଭାସ୍କର: ‘ବାହୁବଳୀ’ ରୂପରେ ପୁଣିଥରେ ପରଦାକୁ ଫେରୁଛନ୍ତି ପାନ୍ ଇଣ୍ଡିଆ ଷ୍ଟାର ପ୍ରଭାସ । ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ସୁପରଷ୍ଟାର ଯୋଡ଼ି ପ୍ରଭାସ ଏବଂ ଏସ.ଏସ ରାଜାମୌଲୀ । ପୁଣି ସୃଷ୍ଟି ହେବ ନୂଆ ଇତିହାସ, ଭାଙ୍ଗିବ ରେକର୍ଡ । ଖୁବଶୀଘ୍ର ପରଦାକୁ ଫେରିବ ‘ବାହୁବଳୀ’ର ନୂଆ ପ୍ରୋଜେକ୍ଟ ‘ବାହୁବଳୀ-୩’ । ୭ ବର୍ଷ ପରେ ବାହୁବଳୀ ଫ୍ରାଞ୍ଚାଇଜିର ଆଉ ଏକ ସୁପରହିଟ୍ ସିନେମା ଭେଟି ଦେବେ ପ୍ରଭାସ ଏବଂ ରାଜାମୌଲୀ । ଦର୍ଶକଙ୍କୁ ଆକ୍ସନ, ସସପେନ୍ସ ଏବଂ ଡ୍ରାମାରେ ଭରପୂର ଆଉ ଏକ ନୂଆ ପ୍ରୋଜେକ୍ଟ ଭେଟେି ଦେବେ ଏହି ପାନ୍ ଇଣ୍ଡିଆ ଯୋଡ଼ି । ନୂଆ ଇତିହାସ ସୃଷ୍ଟି କରିବା ପାଇଁ ଏହି ଯୋଡ଼ି ଆଗଭର ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ବାହୁବଳୀ ଏକ ଏମିତି ପ୍ରୟୋଗ ଥିଲା, ଯାହା ଭାରତୀୟ ସିନେମାକୁ ଏକ ନୂଆ ପରିଚୟ ପ୍ରଦାନ କରିଛି । ୭ ବର୍ଷ ତଳେ ରିଲିଜ ହୋଇଥିବା ‘ବାହୁବଳୀ-୨’ ବକ୍ସ ଅଫିସରେ ବିଶାଳ ରେକର୍ଡ ସୃଷ୍ଟି କରିଥିଲା । ଏହି ରେକର୍ଡକୁ ଆଜି ମଧ୍ୟ କୌଣସି ଫିଲ୍ମ ଛୁଇଁବାରେ ସଫଳ ହୋଇ ପାରିନାହାନ୍ତି । କିନ୍ତୁ ଏହି ଫ୍ରାଞ୍ଚାଇଜିରେ ମାତ୍ର ୨ଟି ଫିଲ୍ମ ତିଆରି ହୋଇଥିଲା । ଦୁଇଟି ଯାକ ସିନେମାର ସଫଳତା ପରେ ଏହାର ତୃତୀୟ ପାର୍ଟ ପାଇଁ ମଧ୍ୟ ଦର୍ଶକ ଦାବି କରିଥିଲେ । କିନ୍ତୁ ନିର୍ଦ୍ଦେଶକ ରାଜାମୌଲୀ ମୁହଁ ଫେରାଇ ନେଇଥିଲେ । କିନ୍ତୁ ବର୍ତ୍ତମାନ ‘ବାହୁବଳୀ-୩’କୁ ନେଇ ପୁଣିଥରେ ଆଶାର ଆଲୋକ ଦେଖାଯାଉଛି । ‘ବାହୁବଳୀ-୩’ ଖୁବଶୀଘ୍ର ପରଦାକୁ ଆସିପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି ।

ଏହି ଫ୍ରାଞ୍ଚାଇଜିର ପ୍ରଯୋଜକ ଜ୍ଞାନବେଲ କହିଛନ୍ତି ଯେ, ବାହୁବଳୀ-୩ ବର୍ତ୍ତମାନ ପ୍ଲାନିଙ୍ଗ ପର୍ଯ୍ୟାୟରେ ରହିଛି । ବାହୁବଳୀର ଦୁଇଟି ଯାକ ସିନେମା ଏକା ସାଙ୍ଗରେ କରିଥିବା ବେଳେ ଏକ ଲମ୍ବା ଗ୍ୟାପ୍ ପରେ ବାହୁବଳୀ-୩ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଡ୍ୟୁସର । ୨୦୧୭ ମସିହାରେ ‘ବାହୁବଳୀ-୨’ ଆସିବା ପରେ ଏହାର ତୃତୀୟ ପାର୍ଟ ପାଇଁ ମନା କରାଯାଇଥିଲା । ରାଜାମୌଲଈଙ୍କ ପିତା ତଥା ‘ବାହୁବଳୀ’ର ଲେଖକ ବିଜୟେନ୍ଦ୍ର ପ୍ରସାଦ ‘ବାହୁବଳୀ-୩’ର ସମ୍ଭାବନାକୁ ଖାରଜ କରିଥିଲେ । କିନ୍ତୁ ଏବେ ଏହାକୁ ନେଇ ଆଶା ବଢିବାରେ ଲାଗିଛି ।

Get real time updates directly on you device, subscribe now.