ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ପାଇଁ ଲାଗିଲା କଟକଣା: ନଭେମ୍ବର ୯ ପର୍ଯ୍ୟନ୍ତ ୧୬ଟି ରେଲୱେ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ । ଦିପାବଳୀ ଅବସରରେ ଦେଶର ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ଯାତ୍ରୀଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଇଛି । ପାର୍ବଣ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ରେଲୱେ ଓ ପଶ୍ଚିମ ରେଲୱେ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ୧୬ଟି ମୁଖ୍ୟ ରେଲୱେ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଉପରେ କଟକଣା ଲାଗୁ ହୋଇଛି । ତେବେ ବରିଷ୍ଠ ନାଗରିକ ଓ ଜରୁରୀ ଚିକିତ୍ସା ସେବାର ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଏହି କଟକଣା ଛାଡ଼ କରାଯାଇଛି ।

ନଭେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ୧୬ଟି ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଉପଲବ୍ଧ ହେବ ନାହିଁ । ଦୀପାବଳୀ ଓ ଛଟ୍ ପୂଜା ପାଇଁ ଏହି କଟକଣା ଲାଗୁ ହୋଇଛି । କେନ୍ଦ୍ରୀୟ ରେଳବାଇର ସିଏସଟିଏମ, ଦାଦର, ଏଟିଟି, ଥାନେ, କଲ୍ୟାଣ, ପୁଣେ ଓ ନାଗପୁର ଷ୍ଟେସନରେ କଟକଣା ଲାଗୁ କରାଯାଇଛି । ସେହିପରି ପଶ୍ଚିମ ରେଳବାଇର ମୁମ୍ବାଇ ସେଣ୍ଟ୍ରାଲ, ଦାଦର, ବାନ୍ଦ୍ରା ଟର୍ମିନସ, ବୋରିଭାଲି, ଭାସାଇ, ଭାପି, ଭାଲସାଦ, ସୂରତ ଓ ଉଦ୍ଧନା ଷ୍ଟେସନରେ ଏହି କଟକଣା ଲାଗୁ କରାଯାଇଛି ।