fbpx

ଆସିଲା ବଡ଼ ଖବର; ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା

ଓଡିଶା ଭାସ୍କର; ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର । ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ବର୍ତ୍ତମାନ ସୂଚନା ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ସୂଚନା ଅନୁଯାୟୀ ମାର୍ଚ୍ଚ ୧୩ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ । ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ସୂଚୀରେ ଉଲ୍ଲେଖ ରହିଛି । ସେହିପରି ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ ପ୍ରକ୍ରିୟା ଶେଷ ହେବ । ଏହା ସହ ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.