fbpx
BSKY
BJD MC SKY
BJD MS SKY

ୱେବସାଇଟ୍ ଖୋଲିଲା: ଛାତ୍ରଛାତ୍ରୀ ଦେଖିଲେ ଯୁକ୍ତଦୁଇ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨ ଘଣ୍ଟା ପରେ ୱେବସାଇଟ୍ ଖୋଲିଛି ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ ସେମାନେଙ୍କର ରେଜଲ୍ଟ ଦେଖିପାରିଛନ୍ତି । ଦୀର୍ଘ ସମୟ ପରେ ଅଫିସିଆଲ ୱେବସାଇଟ୍ ଖୋଲିଥିବା ଜଣାପଡ଼ିଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ଆଜି ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଷୟର ରେଜଲ୍ଟ ପ୍ରକାଶ ପାଇଥିଲା । ସକାଳ ୧୧ଟା ସମୟରେ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ତରଫରୁ ଏନେଇ ଅଫିସିଆଲ ଭାବେ ଘୋଷଣା କରାଯାଇଥିଲା ।

ସକାଳ ୧୧ଟାରୁ ରେଜଲ୍ଟ ପ୍ରକାଶ ପାଇଥିଲେ ହେଁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ନିଜର ରେଜଲ୍ଟ ଦେଖିପାରି ନଥିଲେ । ୱେବସାଇଟ୍ ଖୋଲୁ ନଥିବାରୁ ରେଜଲ୍ଟ ଜାଣିବାରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା । ଦିନ ୧୨.୩୦ ସମୟରେ ୱେବସାଇଟରେ ରେଜଲ୍ଟ ଅପଲୋଡ୍ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ କହିଥିଲେ । କେତେବେଳେ ରେଜଲ୍ଟ ଆସିବେ ସେନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ଉତ୍ସୁକତାର ସହିତ ଚାହିଁ ରହିଥିଲେ ।

ଚଳିତ ବର୍ଷ ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ପୁଅଙ୍କ ଅପେକ୍ଷା ଝିଅ ଭଲ ପ୍ରଦର୍ଶନ କରିଛନ୍ତି । ବିଜ୍ଞାନରେ ମୋଟ ୯୩,୭୩୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ପାସ କରିଛନ୍ତି । ୩୯,୫୭୩ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ସେହିପରି ୨୪,୦୮୨ ଜଣ ପରୀକ୍ଷାର୍ଥୀ ବାଣିଜ୍ୟରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ପାସ୍ କରିଛନ୍ତି ।

Get real time updates directly on you device, subscribe now.