fbpx

ଆସିଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହି କ୍ରମରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମସ ପୋର୍ଟାଲରେ ଅନଲାଇନ୍ ଫି’ ଦାଖଲ କରିବାକୁ ପଡିବ । ଏହା ସହ ସେପ୍ଟେମ୍ବର ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

Get real time updates directly on you device, subscribe now.