CHARIDHAM

କରୋନା ଭାଇରସ୍, ତାଲାବନ୍ଦରୁ ଲାଭ ମିଳୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୪: କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ସେହି ବୈଠକରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ତାଲାବନ୍ଦର ପ୍ରଭାବ ପଡ଼ିଛି ଏବଂ ଲାଭ ମଧ୍ୟ ମିଳୁଛି । ସାମୂହିକ ପ୍ରୟାସର ପ୍ରଭାବ ଏବେ ଦେଖିବାକୁ ମିଳିଛି ବୋଲି ମୋଦି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଭିଡ଼ିଓ କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନାରେ ୬ରାଜ୍ୟ ଲକ୍ ଡାଉନ ବଢ଼େଇବା ସପକ୍ଷରେ ରହିଛନ୍ତି । କରୋନାର ତାଣ୍ଡବ କମିନଥିବାରୁ ୬ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କିନ୍ତୁ ଦିଲ୍ଲୀ ସରକାର ମେ ୧୫ ଯାଏ ଲକ ଡାଉନ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏ ବଢ଼ାଇବାକୁ ଚାହୁଁଛନ୍ତି । ସେହପରି ଓଡିଶା ସମେତ ପଂଜାବ,ମଧ୍ୟପ୍ରଦେଶ,ପଶ୍ଚିମବଂଗ ବି ଲକ ଡାଉନ ବଢ଼ାଇବା ସପକ୍ଷରେ ଅଛନ୍ତି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ରେ ପଂହଚିଥିବା ବେଳେ ଏହି ରାଜ୍ୟ ମାନେ ଏବେ ରିକ୍ସ ନେବା ମୁଡରେ ନାହାନ୍ତି ।