ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଗରିବଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପୂର୍ବରୁ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କରିଛନ୍ତି । ଦେଶରେ ଆଉ ୩ କୋଟି ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି କରିଥିଲେ । ୩ କୋଟି ଆବାସ ଘର ମଧ୍ୟରୁ ୨ କୋଟି ଗ୍ରାମାଞ୍ଚଳ ପାଇଁ ଓ ଗୋଟିଏ କୋଟି ଘର ସହରାଞ୍ଚଳରେ ରହୁଥିବା ବାସହୀନଙ୍କ ପାଇଁ ଯୋଜନା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି ।
ଆଗାମୀ ଜାନୁଆରୀ ମାସରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା ତିନି ମାସ ମଧ୍ୟରେ ଶେଷ କରାଯିବ । ଅର୍ଥାତ୍ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ଏନେଇ ସର୍ଭେ କରାଯାଇ ଚିହ୍ନଟ କରାଯିବ ବୋଲି କୁହାଯାଇଛି । ତିନି କୋଟି ଘର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୩୧, ୨୦୨୯ ଭିତରେ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।