fbpx

ଆସନ୍ତା ୩୧ରେ ମିଳିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା

Advertisement

ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖବର । ଖୁବଶୀଘ୍ର ମିଳିବାକୁ ଯାଉଛି ପିଏମ କିଷାନ ନିଧି ଯୋଜନାର ଅର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ନିଧିର ୧୧ତମ କିସ୍ତି ପ୍ରଦାନ କରିବେ । ପିଏମ୍ କିଷାନ ସମ୍ମାନ ନିଧିର ଏକାଦଶ କିସ୍ତିରେ ୨୧ ହଜାର କୋଟିର ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ର ସିଜିନ୍ ଚାଲିଛି । ନିକଟରେ ପେଟ୍ରୋଲ, ଡିଜେଲ, ଏଲିପିଜି ମୂଲ୍ୟରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କ୍ଷୀର, ସିଏନଜି, ବସଭଡ଼ା, ପରିବା ଆଦିର ଦର ଆକାଶଛୁଆଁ ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଏହି ଘୋଷଣା କୋଟି କୋଟି ଜନତାଙ୍କ ପାଇଁ ବରଦାନ ସଦୃଶ ହେବ । ଏହି ଯୋଜନାରେ ସାମିଲ ଥିବା ପ୍ରତ୍ୟେକ ଲାଭାର୍ଥୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ।

ତେବେ ପୂର୍ବରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଫାଇଦା ଅନେକ ଅଯୋଗ୍ୟ ଲୋକ ଉଠାଉଥିଲେ । ତେଣୁ ଉକ୍ତ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତଙ୍କ ପାଇଁ ଇ-କେୱାଇସି ଜରୁରୀ କରିଦେଇଥିଲେ । ଯଦି ଆପଣ ବର୍ତ୍ତମାନ ସୁଦ୍ଧା କେୱାଇସି କରିନାହାନ୍ତି, ତେବେ ଆପଣଙ୍କୁ ୧୧ତମ କିସ୍ତି ମିଳିବ ନାହିଁ । ବିନା କେୱାଇସିରେ ଆପଣଙ୍କର ୧୧ତମ କିସ୍ତି ଅଟକିଯିବ । ତେଣୁ ଆପଣ ନିଜର କେୱାଇସି ଖୁବଶୀଘ୍ର କରାଇ ନିଅନ୍ତୁ । ଆପଣ ଘରେ ବସି ଅନଲାଇନରେ କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ ।

Get real time updates directly on you device, subscribe now.