fbpx

ଜନ୍ମଦିନରେ ଆଜି ଓଡିଶା ଆସିବେ ମୋଦୀ; ବାଣ୍ଟିବେ ସୁଭଦ୍ରା, ଜାଣନ୍ତୁ କିଛି ଜଣା ଅଜଣା କାହାଣୀ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର 74ତମ ଜନ୍ମଦିନ । ତାଙ୍କର ସଂଘର୍ଷମୟୀ ଜିବନ ସମସ୍ତଙ୍କୁ ପ୍ରେରଣା ଦେଇ ଆସୁଛି । ଜଣେ ଚା ବିକାଳିରୁ ବିଶ୍ବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ସେ ଅର୍ଜନ କରିପାରିଛନ୍ତି । ମୋଦୀ ଭାରତ ସହିତ ବିଶ୍ବର ଜଣେ ଲୋକପ୍ରିୟ ନେତା ଭାବେ ବେଶ ଜଣାଶୁଣା । ଯଦି ରାଜନୀତି କଥା ଦେଖିବା ତାହେଲେ ରାଜନୀତି କ୍ଷେତ୍ରରେ ତାଙ୍କ ଭୂମିକା ସର୍ବଦା ଅନନ୍ୟ । ତାଙ୍କ ନେତୃତ୍ବ କାଳରେ ଭାରତ ଆର୍ଥିକ ପ୍ରଗତିରେ ନୂଆ ସ୍ଥାନ ସୃଷ୍ଟି କରିପାରିଛି । ମୋଦୀଙ୍କ ଜନ୍ମ ଦିନରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତାମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଉଛନ୍ତି । ବିଜେପି କାର୍ଯ୍ୟଳୟରେ ମଧ୍ୟ ଉତ୍ସବର ମାହୋଲ ରହିଛି ।

1950 ମସିହାରେ ଉତ୍ତର ଗୁଜୁରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡଓ୍ବନଗରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଜନ୍ମ ସମୟରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଳେ ତାଙ୍କୁ ସଂଘର୍ଷ କରି ଜୀବନ ବିତାଇବାକୁ ପଡୁଥିଲା । ତାଙ୍କ ବାପା ରେଳ ଷ୍ଟେସନରେ ଚା ବିକି ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍କୁଲ ଛୁଟି ହେବା ପରେ ମୋଦୀ ମଧ୍ୟ ଷ୍ଟେସନରେ ଚା ବିକ୍ରି କରୁଥିଲେ । ତେବେ ଲୋକସେବା ନିର୍ବାଚନରେ ତୃତୀୟ ଥର ପାଇଁ ଜନାଦେଶ ହାସଲ କରିବା ପରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଉଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ନେତା ଯିଏ ନେହେରୁଙ୍କ ପରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ତେବେ ମୋଦୀ ତାଙ୍କ ଜନ୍ମଦିନରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମିଳିବ ସୁଭଦ୍ରା ଭେଟି । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦୀ । 14ଟି ରାଜ୍ୟର ମୋଟ 10 ଲକ୍ଷ ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି । ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପୂରଣ କରିବେ ମୋଦୀ ।

Get real time updates directly on you device, subscribe now.