fbpx

(Video) ପାଦ ଛୁଇଁ ପ୍ରଧାନମନ୍ତ୍ରୀଙ୍କର ଆଶୀର୍ବାଦ ନେଲେ ଅନନ୍ତ-ରାଧିକା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ୧୨ ଜୁଲାଇରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇଜଣଙ୍କ ବିବାହ ଜିଓ ୱାର୍ଲଡ କନଭେସନ ସେଣ୍ଟରରେ ଖୁିବ ଧୁମଧାମର ସହ କରାଯାଇଛି । ଏହି ରାଜକୀୟ ବିବାହରେ ଅନେକ ସେଲିବ୍ରିଟି କଳାକାର ସାମିଲ ହୋଇଛନ୍ତି । ତେବେ ଗତକାଲି ଜିଓ ୱାର୍ଲଡ ସେଣ୍ଟରରେ ଅନନ୍ତ ଏବଂ ରାଧିକାଙ୍କ ବିବାହର ଆଶୀର୍ବାଦ ସେରିମନି ହେଉଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର-ବଧୂଙ୍କୁ ଆଶୀର୍ବାଦ ଦେବାକୁ ୮ଟା୩୦ ମିନିଟରେ ପହଞ୍ଚିଥିଲେ । ସେ ସେଠାରେ ରାତ୍ର ଭୋଜନ ମଧ୍ୟ କରିଥିଲେ ।

ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱାଗତ କରିଥିଲେ । ପିଏମ ମୋଦୀ ଯେତେବେଳେ ସମାରୋହରେ ଆସିଥିଲେ, ସେହି ସମୟରେ ହରେ ରାମ.. ହରେ କୃଷ୍ଣ ଭଜନ ଚାଲିଥିଲା । ପିଏମ ମୋଦୀ ହାତ ଯୋଡି ପ୍ରବେଶ କରିଥିଲେ । ମୁକେଶ ଅମ୍ବାନୀ ପିଏମ ନରେନ୍ଦ୍ର ମୋଦୀଙ୍କ ପାଖାପାଖି ରହିଥିଲେ, ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେ ଅନନ୍ତ ଏବଂ ରାଧିକାଙ୍କ ପାଖକୁ ଗଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଦୁହେଁ ଆଶୀର୍ବାଦ ନେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

ନବ ବିବାହିତ ବର ଏବଂ ବୋହୁଙ୍କୁ ଆଶୀର୍ବାଦ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସମାରୋହରେ ଭଜନ ଶୁଣିବା ପାଇଁ ବସିଥିଲେ । ପିଏମ ମୋଦୀଙ୍କ ବ୍ୟତୀତ ଆଶୀର୍ବାଦ ସେରିମନୀରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ, ଶାହିଦ କପୁର ଏବଂ ମାଧୂରୀ ଦୀକ୍ଷିତଙ୍କ ସମେତ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.