fbpx

୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଲା, ଆଜିଠୁ ଗଡ଼ିବ ପ୍ରଥମ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ, ପିଏମ ମୋଦୀ ଦେଖାଇବେ ସବୁଜ ପତାକା

ମୁମ୍ବାଇ: ୧୦ ବର୍ଷର ଅପେକ୍ଷା ପରେ ଆଜିଠୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ସବୁଜ ପତାକା ଦେଖାଇ ଏହି ମେଟ୍ରୋର ଶୁଭାରମ୍ଭ କରିବେ। ଏଥିରେ ପିଏମ ମୋଦୀ ଯାତ୍ରା କରି ଟ୍ରେନର ଯାତ୍ରୀ, ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କ ସହ କଥାବର୍ତ୍ତା କରିବେ। ପିଏମ ମୋଦୀ ଆଧୁନିକ ସୁବିଧାମାନ ସହ ଯାତ୍ରାର ଅନୁଭବକୁ ସୁଗମ କତିବା ଲାଗି ଡିଜାଇନ କରାଯାଇଥିବା ଏକ ମୋବାଇଲ ଆପ, ମେଟ୍ରୋ କନେକ୍ଟ-୩ ମଧ୍ୟ ଲଞ୍ଚ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତ କରୁଛନ୍ତି। ଏଠାରେ ସେ ମୁମ୍ବାଇର ପ୍ରଥମ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଲାଇନ ମୁମ୍ବାଇ ମେଟ୍ରୋ ଲାଇନ-୩ର ଉଦଘାଟନ କରିବେ। ଏଥିସହ ପିଏମ ମୋଦୀ ମୁମ୍ବାଇରେ ଅନେକ ବିକାଶ ପ୍ରକଳ୍ପଗୁଡିକର ଉଦଘାଟନ କରିବେ ଏବଂ ଶିଳାନ୍ୟାସ କରିବେ। ୧୦ ବର୍ଷର ଅପେକ୍ଷା ପରେ ମୁମ୍ବାଇରେ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି। ଶନିବାର

ପିଏମ ମୋଦୀଙ୍କ ଦ୍ୱାରା ମୁମ୍ବାଇର ଆଣ୍ଡରଗ୍ରାଉଣ୍ଡ ମେଟ୍ରୋର ଯାତ୍ରାକୁ ପ୍ରଦର୍ଶୀତ କରୁଥିବା ଏକ କଫି ଟେବଲ ବୁଲର ମଧ୍ୟ ଲଞ୍ଚ କରାଯିବ। ପୁସ୍ତକରେ ମେଟ୍ରୋର ବିକାଶକୁ ଦର୍ଶାଉଥିବା ଆଶ୍ଚର୍ଯ୍ୟଜନକ ବାଖ୍ୟାକୁ ସଂଗ୍ରହ କରାଯାଇଛି।

Get real time updates directly on you device, subscribe now.