ନିର୍ବାଚନୀ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ପରିବାରବାଦୀ ଦେଇଛନ୍ତି ଗୁଣ୍ଡାରାଜକୁ ପ୍ରଶୟ

ଉତ୍ତର ପ୍ରଦେଶରେ ଜାରି ରହିଛନ୍ତି ନିର୍ବାଚନୀ ଉଷ୍ମତା  । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ମଧ୍ୟ ଶେଷ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଅର୍ଥାତ୍ ଶୁକ୍ରବାର କାସଗଞ୍ଜରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି ।

ପରିବାରବାଦ ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ ପରିବାଦୀମାନେ ନିଜ ଘର, ସିନ୍ଦୁକ ଭରିଲେ କିନ୍ତୁ କେବେ ଗରିବଙ୍କ ଚିନ୍ତା କଲେ ନାହିଁ । ଗରିବଙ୍କ ଜୀବନ ସହଜ ସରଳ ହେବାକୁ ଏମାନେ ଚାହୁନଥିଲେ କି ଏବେବି ଚାହୁନାହାଁନ୍ତି । ଅନେକ ଅଛନ୍ତି ଯେଉଁମାନେ ଚାହୁନାହାଁନ୍ତି କରୋନାର ମାଗଣା ଟିକା ଲୋକଙ୍କୁ ନମିଳୁ । କିନ୍ତୁ ସେମାନେ ଏଥିରେ ସଫଳ ହେବେନାହିଁ । ସେ କହିଛନ୍ତି ଯୋଗୀ ଉତ୍ତର ପ୍ରଦେଶରେ ସମୃଦ୍ଧିର ନୂଆ ଦ୍ୱାର ଖୋଲିଛନ୍ତି । ସମାଜର ସବୁ ବର୍ଗ ମେହନତ କରୁ, ଉନ୍ନତୀ କରୁ ଏଥିପାଇଁ ଯାହା ଦରକାର ସେହି ମାହୋଲ ଭାଜପା ସରକାର ଦେଇଛି ।

କାସଗଞ୍ଜ ରାଲିରେ ସେ କହିଛନ୍ତି ପ୍ରଥମ ଚରଣ ମତଦାନ ପରେ ପରିବାରବାଦୀ ଲୋକମାନେ ନିଜର ହାର୍ ଅନୁଭବ କରିଛନ୍ତି ଏବଂ ଏଥିପାଇଁ ଇଭିଏମ ଏବଂ ନିର୍ବାଚନ ଆୟୋଗକୁ ଦୋଷ ଦେବାକୁ ଲାଗିଛନ୍ତି । କିନ୍ତୁ ୟୁପି ଏବଂ ଏହାର ଲୋକମାନେ ତାଙ୍କର ଗୁଣ୍ଡାରାଜକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସେ କହିଛନ୍ତି ଲୋକମାନେ ୟୁପିକୁ ସୁରକ୍ଷିତ ରଖିବା ପାଇଁ ଅଧିକ ମାତ୍ରାରେ ପଦ୍ମକୁ ଭୋଟ ଦେଇଛନ୍ତି ।

ସେ ଅଭିଯୋଗ କରିଛନ୍ତି କେବଳ ଏଭଳି ଘୋର ପରିବାରବାଦୀମାନେ ହିଁ ଏଭଳି ଅପରାଧୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଏହି ଅପରାଧୀ, ଗୁଣ୍ଡାଙ୍କୁ ହରାଇବାକୁ ଆପଣଙ୍କୁ ଏକଜୁଟ ହୋଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାର ଅଛି । ଅପରାଧୀଙ୍କୁ ପ୍ରତିଶୋଧ ନେବାର ସୁଯୋଗ ଦିଅନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦୀମାନେ ଏହି ଯୋଜନା କରିଛନ୍ତି ଯେ ଯଦି ସେମାନେ ଜିତିବେ ଗରିବଙ୍କ ପାଇଁ ଚାଲୁଥିବା ଯୋଜନା ବନ୍ଦ କରିବାକୁ ତେଣୁ ଏଭଳି ଲୋକଙ୍କୁ ସୁଯୋଗ ଦିଅନ୍ତୁ ନାହିଁ ।

ଏହା ସହ କୃଷକଙ୍କୁ ନେଇ ମଧ୍ୟ ମୋଦି କହିଛନ୍ତି ଯେ କରୋନା ଯୋଗୁଁ କୀଟନାଶକ ଔଷଧର ଅଭାବ ପରିଲକ୍ଷିତ ହୋଇଛି । ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀର ଦାମ ବଢ଼ିଛି । କିନ୍ତୁ ଆମେ ପ୍ରୟାସ କରୁଛୁ ସବସିଡି ବଢ଼ାଇ ଆପଣଙ୍କୁ କମ୍ ଦାମରେ ଦିଆଯିବାକୁ ।

 

Get real time updates directly on you device, subscribe now.