fbpx

ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇ ଗଲେ ପ୍ରଧାନମନ୍ତ୍ରୀ ମୋଦୀ : ପ୍ରତିରକ୍ଷା, ଶକ୍ତି , ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ଏକାଧିକ କ୍ଷେତ୍ରରେ ଉନ୍ମୋଚନ ହେବ ସଂପର୍କର ନୂତନ ଦିଗ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ନିଜର ଦୁଇ ଦିବସୀୟ ଯାତ୍ରା ସମାପନ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ଗସ୍ତ କରିଛନ୍ତି । ମୋଦୀ କହିଛନ୍ତି ମୋର ଆଶା ରହିଛି ୟୁଏଇକୁ ମୋର ଯାତ୍ରା ଆମର ବ୍ୟାପକ ରଣନୀତିରେ ଏକ ନୂଆ ଅଧ୍ୟାୟ ଯୋଡିବ । ସେ କହିଛନ୍ତି ଭାରତ ଓ ୟୁଏଇ ଫିନଟେକ୍ ପ୍ରତିରକ୍ଷା ସୁରକ୍ଷା ଏବଂ ଶକ୍ତି ସହିତ ବିଭିନ୍ନ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ନିଜର ଦୁଇ ଦିବସୀୟ ଯାତ୍ରାକୁ ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି ବେଷ୍ଟିଲ ଦିବସ ସମାରୋହରେ ଭାଗ ନେବା ତାଙ୍କ ପାଇଁ ଅଧିକ ସ୍ମରଣୀୟ ହୋଇ ରହିବ । ତାଙ୍କ ଗସ୍ତକୁ ନେଇ ଫ୍ରାନ୍ସରେ ଯେଉଁ ଉତ୍ସୁକତା ଦେଖିବାକୁ ମିଳିଥଇଲା ଏବଂ ସେଠାରେ ତାଙ୍କୁ ଯେପରି ଆତିଥ୍ୟ ପ୍ରଦାନ କରାଗଲା ସେଥିପାଇଁ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଓ ଫ୍ରାନ୍ସର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦୀ କହିଛନ୍ତି ଭାରତ ଓ ଫ୍ରାନ୍ସ ରଣନୀତିକ ସଂପର୍କର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ୨୪୧ ସଦସ୍ୟ ବିଶିଷ୍ଟ ତ୍ରିସେବା ଭାରତୀୟ ସଶସ୍ତ୍ର ବଳର ଏକ ବିଭାଗ ମଧ୍ୟ ବେଷ୍ଟିଲରେ ଅୟୋଜିତ ପ୍ୟାରେଡ୍ ରେ ବି ଭାଗ ନେଇଥିଲେ ଯାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସହଯୋଗ କ୍ଷେତ୍ରରେ ବିବିଧତା ଆଣିବା କ୍ଷେତ୍ରରେ ଶୀର୍ଷ ସିଇଓଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି ଗତ ୨୫ ବର୍ଷ ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତ୍ୱ ନିବିଡରୁ ନିବିଡତର ହୋଇଛି । ଦୁଇ ଦେଶ ଆଗାମୀ ୨୫ ବର୍ଷ ଲାଗି ରୋଡମ୍ୟାପ୍ ତିଆରି କରି ନେଇଛନ୍ତି ବୋଲି ସେ କହିଛନ୍ତି ।

ଆଜି ମୋଦୀ ୟୁଏଇ ଗସ୍ତ କରିଛନ୍ତି ଓ ସେଠାରେ ସେ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜାୟନ ଅଲ ନାହଜାନଙ୍କୁ ଭେଟିବେ । ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ଖାଦ୍ୟ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ପ୍ରତିରକ୍ଷା, ଆଦି କ୍ଷେତ୍ରରେ ସଂପର୍କକୁ ଆହୁରି ସୁଦୃଢ କରାଯିବା ନେଇ ଆଲୋଚନା ହେବ ।

Get real time updates directly on you device, subscribe now.