fbpx

ଇଟାଲୀରେ ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଭେଚ୍ଛା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ ଜି-୭ ବୈଠକ ଅବସରରେ ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ସେପଟେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଜେଲେନସ୍କି। ଦିଆଯାଇଥିବା ବିବୃତି ଅନୁଯାୟୀ, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ସକାରାତ୍ମକ ବୋଲି କୁହା କରାଯାଇଛି। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।

ଏହି ସମୟରେ ଦୁହେଁ ୟୁକ୍ରେନର ସ୍ଥିତି ଏବଂ ସ୍ୱିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ସମ୍ମିଳନୀ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଆଲୋଚନା ଓ କୂଟନୈତିକ ମାଧ୍ୟମରେ ଏହି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସମର୍ଥନ କରୁଛି। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ହାତରେ ଯାହା ଅଛି ତାହା କରିବ। ଆଗାମୀ ଦିନରେ ଉଭୟ ଆଲୋଚନା ଜାରି ରଖିବେ ବୋଲି ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା।

Get real time updates directly on you device, subscribe now.