fbpx
BSKY SKY
BSKY SKY

ଲୋକସଭାରେ କାଟ ଖାଇଲା ଅନସ୍ଥା ପ୍ରସ୍ତାବ, ଜାଣନ୍ତୁ କ’ଣ କହି ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ମୋଦୀ

BSKY

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ଗୁରୁବାର ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ପ୍ରତିକ୍ରିୟା ରଖିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ମଣିପୁରରେ ଖୁବ୍‌ଶୀଘ୍ର ଶାନ୍ତିର ସୁରୁଜ ଉଇଁବ ଏବଂ ବିକାଶ କାର୍ଯ୍ୟ ଆଗେଇବ । ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଘଣ୍ଟାର ଭାଷଣରେ ନୂଆ କରି ଗଢ଼ିଥବା ବିରୋଧୀ ମେଣ୍ଟ ଇଣ୍ଡିଆକୁ ଅନେକ କଟାକ୍ଷ କରିବା ସହିତ ଘମଣ୍ଡି କହିଥିଲେ ।

ମଣିପୁର ହିଂସା ର୍ପସଙ୍ଗରେ ବିରୋଧୀ ଗଠବନ୍ଧନ ଇଣ୍ଡିଆ ସାହାଯ୍ୟରେ କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ଆଣିଥିବା ଅନସ୍ଥା ପ୍ରସ୍ତାବ ଉପରେ ଗୁରୁବାର ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିଲା । ଏହିସମୟରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ଶଣ୍ଢୁଆସୀ ଆକ୍ରମଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିବା ପ୍ରମୁଖ କଥା ଗୁଡ଼ିକ ହେଉଛି…

୧.ପ୍ରଧାନମନ୍ତ୍ରୀ କହିଥିଲେ କି ବିରୋଧିଙ୍କ ଅନସ୍ଥା ପ୍ରସ୍ତାବ ଆମ ପାଇଁ ବରଦାନ ସାଜିଛି । ୨୦୧୮ରେ ମଧ୍ୟ ସେମାନେ ଅନସ୍ଥା ପ୍ରସ୍ତାବ ଆଣିଥିଲେ ଆଉ ଲୋକମାନେ ଆମକୁ ବହୁମତ ଜଣାଇଥିଲେ । ତେବେ ଏହି ଅନସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ନୁହେଁ, ଏହା ବିରୋଧୀଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲୋକମାନେ ଏହି ପରୀକ୍ଷାର ଜବାବ ବିରୋଧିଙ୍କୁ ୨୦୧୯ରେ ଦେଇଥିଲେ ଆଉ ଆମକୁ ବିଜୟୀ କରିଥିଲେ । ଏଥିପାଇଁ ଆମେ ଲୋକମାନଙ୍ ପାଖରେ କୃତଜ୍ଞ ।

୨. ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଭାଷଣରେ ମଣିପୁରବାସୀଙ୍କ ଆଶ୍ୱସ୍ତ କରିଥିଲେ କି ସମ୍ପୁର୍ଣ୍ଣ ଦେଶ ତୁମ ସହିତ ରହିଛି, ଏହି ପାର୍ଲିଆମେଣ୍ଟ ମଧ୍ୟ ତୁମ ସହିତ ଛଡ଼ା ହୋଇଛି । ମଣିପୁରରେ ଖୁବ୍‌ଶୀଘ୍ର ଶାନ୍ତିର ସୁରୁଜ ଉଇଁବ ଏବଂ ବିକାଶ କାର୍ଯ୍ୟ ଆଗେଇବ ।

୩. ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବିରୋଧୀ ଦଳମାନଙ୍କୁ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକରେ ଜବାବ ଦେଇ କହିଛନ୍ତି ଯେ, ବାଚସ୍ପତି ମହୋଦୟ, ଏହି ବିତର୍କର ମଜା ଦେଖନ୍ତୁ ଯେ ବିରୋଧୀଦଳଙ୍କ ଦ୍ୱାରା ଫିଲ୍ଡିଂ ଆୟୋଜନ କରାଯାଇଥିଲା, କିନ୍ତୁ ଚୌକା ଓ ଛକା ସରକାରଙ୍କ ପକ୍ଷରୁ ମରାଯାଇଥିଲା । ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଉପରେ ‘ନୋ-ବଲ ପରେ ନୋ-ବଲ୍ କରୁଛନ୍ତି’, ଆଉ ଏପଟେ ସେଞ୍ଚୁରୀ ଉଡୁଛି ।

୪. ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ ବିରୋଧୀ ସାଂସଦମାନଙ୍କୁ କହିଛନ୍ତି, “ଟିକେ ପରିଶ୍ରମ କର, ମୁଁ ତୁମକୁ କଠିନ ପରିଶ୍ରମ କରିବାକୁ ପାଞ୍ଚ ବର୍ଷ ଦେଇଥିଲି, ୧୮ ରେ ତୁମେ କହିଥିଲ ଯେ ତୁମେ ୨୩ ରେ ଆସିବ, ତୁମେ ନିଶ୍ଚୟ ଆସିବ, ତୁମେ ପାଞ୍ଚ ବର୍ଷ ମଧ୍ୟରେ ପ୍ରସ୍ତୁତି କରିପାରିଲ ନାହିଁ । ” ତୁମର ଅବସ୍ଥା କ’ଣ ହୋଇଗଲାଣି …

୫.ଏହାପରେ ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, କଂଗ୍ରେସ ବାରମ୍ବାର ସମାନ ପ୍ରଡକ୍ଟ ଲଞ୍ଚ କରୁଛି କିନ୍ତୁ ଫେଲ୍ ମାରୁଛି । ବøାଧ ହୁଏ ସେମାନଙ୍କ ଲଞ୍ଚିଂରେ ସମସ୍ୟା ରହୁଛି ।

୬.ଅନସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ପକ୍ଷରୁ ଲୋକସଭାରେ ନେତୃତ୍ୱ କରୁଥିବା ଅଧୀର ରଞ୍ଜନ ଚୌଧୁରୀଙ୍କୁ କହିବାକୁ ସୁଯୋଗ ମିଳି ନଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ କଟାକ୍ଷ କରି କହିଥିଲେ ବୋଧ ହୁଏ କୋଲକାତାରୁ ଫୋନ୍ ଆସିଥିଲା । ତେବେ ମୁଁ ତାଙ୍କୁ ମୋର ସମବେଦନା ଜଣାଉଛି ।

୭.ସେ କହିଛନ୍ତି, ବିରୋଧୀ ଦଳଙ୍କୁ ଏକ ଗୋପନ ବରଦାନ ମିଳିଛି, ଯେ ସେମାନେ ଯାହାର ଅମଙ୍ଗଳ ଚାହିଁବେ, ତାହାର ମଙ୍ଗଳ ହେବ । ଏହାର ଉଦାହରଣ ଗତ ୨୦ ବର୍ଷ ହେଲା ଆପଣମାନେ ଦେଖିପାରିବେ ।

୮.୨୦୨୮ରେ ବିରୋଧୀମାନେ ଅନସ୍ଥା ପ୍ରସ୍ତାବ ଆଣିବେ । ଆଉ ଏହି ସମୟରେ ଭାରତ ବିଶଯବର ଶ୍ରେଷ୍ଠ ତୃତୀୟ ଅର୍ଥନୀତି ହୋଇସାରିଥିବ ।

୯.ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସାଙ୍ଗମାନେ ଦେଶର ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ବିରୋଧୀମାନେ ପାକିସ୍ତାନର କଥା ଉପରେ ବିଶ୍ୱାସ କରୁଛନ୍ତି । କଂଗ୍ରେସର ହୁରିୟତ ଉପରେ ବିଶ୍ୱାସ ରହିଛି ।

୧୦. ସେ କହିଛନ୍ତି ଯେ ବିରୋଧୀ ଦଳମାନେ ପୂର୍ବର ୟୁପିଏର ଅନ୍ତିମ ସଂସ୍କାର କରିସାରିଛନ୍ତି । କିନ୍ତୁ ସେମାନେ ଏନଡିଏକୁ ଛାଡ଼ିପାରିନାହାନ୍ତି । ଏନଡିଏରେ ଦୁଇଟି ଇଂରାଜୀ ଅକ୍ଷର ‘ଆଇ(I)’ ଲଗାଇଛନ୍ତି । ଏହି ଦୁଇଟି ‘ଆଇ’ ହେଉଛି ୨୬ ଦଳଙ୍କ ମେଣ୍ଟର ଅହଙ୍କାର ଓ ୨ୟ ‘ଆଇ’ ହେଉଛି କଂଗ୍ରେସ ଅହଙ୍କାରର ପ୍ରତୀକ । ଏହା ସହିତ ସେମାନେ ଆମ ଦେଶର ନାଁର ବିଭାଜନ କରି ତା ମଧ୍ୟରେ ବିନ୍ଦୁ (ଡଟ୍) (I.N.D.I.A)ଲଗାଇଛନ୍ତି ।

 

Get real time updates directly on you device, subscribe now.