fbpx

(Video) BRICS ସମ୍ମିଳନୀରେ ତ୍ରିରଙ୍ଗାକୁ ମୋଦୀଙ୍କର ନିଆରା ସମ୍ମାନ: ପୁଣି ଥରେ ବିଶ୍ୱରେ ପ୍ରଶଂସିତ ହେଲେ ଭାରତର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । ଜୋହାନ୍ସବର୍ଗଠାରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ମୋଦୀ ଯୋଗଦେବା ସହ ଭାରତ ୫ ଟ୍ରିଲିୟନ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବା କଥା କହିଥିଲେ । ତେବେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ପୁଣି ଥରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି ପିଏମ୍ ମୋଦୀ ।

ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗ୍ରୁପ ଫଟୋ ଉଠାଯିବା ପୂର୍ବରୁ ଅଚାନକ ମୋଦୀଙ୍କ ନଜର ପଡ଼ିଥିଲା ଭାରତର ଜାତୀୟ ପତାକା ତ୍ରିରଙ୍ଗା ଉପରେ । ସଙ୍ଗେସଙ୍ଗେ ମୋଦୀ ତ୍ରିରଙ୍ଗାକୁ ଉଠାଇ ନେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ମଧ୍ୟ ନିଜ ଦେଶର ଜାତୀୟ ପତାକୁ ଉଠାଇଥିଲେ । ତେବେ ନିଜ ଦେଶର ଜାତୀୟ ପତାକାକୁ ମୋଦୀ ଯେଉଁ ଭଳି ଢଙ୍ଗରେ ସମ୍ମାନ ପ୍ରଦର୍ଶନ କଲେ ସେଥିପାଇଁ ସେ ବିଶ୍ୱବାସୀଙ୍କ ନିକଟରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ତ୍ରିରଙ୍ଗା ଉପରେ ଯେପରି କାହାର ପାଦ ନ ଲାଗୁ ସେଥିପାଇଁ ମୋଦୀ ସମ୍ମାନର ସହ ତ୍ରିରଙ୍ଗାକୁ ଭୂଇଁରୁ ଉଠାଇ ନେଇଥିଲେ । ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ଜାତୀୟ ପତାକାକୁ ମୋଦୀଙ୍କର ଏହି ସମ୍ମାନ ନିଶ୍ଚିତ ଭାବେ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ମୋଦୀ ନଇଁ ପଡ଼ି ସମ୍ମାନର ସହ ତ୍ରିରଙ୍ଗାକୁ ଉଠାଇବା ପରେ ତାହାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ମୋଦୀଙ୍କୁ ଅନୁସରଣ କରି ସମାନ ଢଙ୍ଗରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମଧ୍ୟ ନିଜ ଦେଶର ପତାକୁ ଉଠାଇଥିଲେ । ପ୍ରତ୍ୟେକ ରାଷ୍ଟ୍ର ପରସ୍ପର ପ୍ରତି ସହଯୋଗର ହାତ ବଢ଼ାଇଲେ ବିଶ୍ୱର ଅଭିବୃଦ୍ଧି ଓ କଲ୍ୟାଣ ସାଧିତ ହୋଇପାରିବ ବୋଲି ବ୍ରିକ୍ସ ସମ୍ମିଳନୀର ଏହି ନିଆରା ଦୃଶ୍ୟ ସୂଚିତ କରିଥିଲା ।

Get real time updates directly on you device, subscribe now.