fbpx

ବଢୁଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ ୨୦୧୯-୨୩ ମଧ୍ୟରେ ବିଶ୍ୱରେ ୫.୨ ଟ୍ରିଲିୟନ ଡଲାର ମୂଲ୍ୟର କ୍ଷତି ପହଞ୍ଚିବ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୋଦୀ କହିଛନ୍ତି ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧ ସାମାଜିକ ଓ ଭୂରାଜନୈତକ ସମସ୍ୟା ଉତ୍ପନ୍ନ କରିପାରେ । ଏକ ସାକ୍ଷାତକାରରେ ସାଇବର ଅପରାଧକୁ ସାମ୍ନା କରିବା ଲାଗି ବୈଶ୍ୱିକ ସହଯୋଗର ଦାବୀ କରି ସେ କହିଛନ୍ତି ଆତଙ୍କବାଦୀ ସଂଗଠନ କଟ୍ଟରପନ୍ଥ୍ୀଙ୍କ ଲାଗି ଟେକ୍ନୋଲଜିର ଉପଯୋଗ କରୁଛନ୍ତି ଓ ଡାର୍କନେଟ୍, ମେଟାଭର୍ସର୍, କ୍ରିପ୍ଟୋକରେନ୍ସୀ ପ୍ଲାଟଫର୍ମ ପରି ଡିଜିଟାଲ ମାଧ୍ୟମର ଫାଇଦା ଉଠାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାଇବର ଅପରାଧର ସାମାଜିକ, ଭୂରାଜନୈତକ ପ୍ରଭାବ ପଡିପାରେ ଓ ଏହାକୁ ସାମ୍ନା କରିବା ଲାଗି ବୈଶ୍ୱିକ ସହଯୋଗର ଆବଶ୍ୟକତା ରହିଛି । ସେ କହିଛନ୍ତି ବିଶ୍ୱବ୍ୟାଙ୍କର ଅନୁମାନ ସାଇବର ଆକ୍ରମଣ ଦ୍ୱାରା ୨୦୧୯-୨୩ ମଧ୍ୟରେ ବିଶ୍ୱରେ ପ୍ରାୟ ୫.୨ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର କ୍ଷତି ପହଞ୍ଚିବ । କିନ୍ତୁ ଏହାର ପ୍ରଭାବ କେବଳ ଆର୍ଥିକ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏହାର ସାମାଜିକ ଓ ଭୂରାଜନୈତିକ ପ୍ରଭାବ ବି ପଡିପାରେ ଯାହା ବହୁତ ଚିନ୍ତାଜନକ ।

ମୋଦୀ କହିଛନ୍ତି ଆତଙ୍କବାଦୀ ସଂଗଠନ କଟ୍ଟରପନ୍ଥୀଙ୍କ ଲାଗି ଟେକନିକର ଉପଯୋଗ କରୁଛନ୍ତି । ମନି ଲଣ୍ଡ୍ରିଂ ଓ ଡ୍ରଗ୍ସରୁ ଆୟକୁ ଆତଙ୍କବାଦୀମାନେ ସେମାନଙ୍କ ଫଣ୍ଡିଂ ଭାବରେ ଉପଯୋଗ କରୁଛନ୍ତି ଓ ସେମାନଙ୍କ ନଷ୍ଟ ବୁଦ୍ଧିକୁ ସଫଳ ରୂପାୟନ କରିବା ଲାଗି ଡାର୍କ ନେଟ୍, ମେଟାଭର୍ସ ଓ କ୍ରିପ୍ଟୋକରେନ୍ସୀ ପ୍ଲାଟଫର୍ମ ପରି ଡିଜିଟାଲ ଉପାୟର ଉପଯୋଗ କରୁଛନ୍ତି ।

ସେ ଆହୁରି କହିଛନ୍ତି ଦେଶରେ ଏବେ ଡିପ୍ ଫେକ୍ ଚିନ୍ତାର ବିଷୟ ପାଲଟିଛି । ମିଛ ଖବର ଓ ଡିପ ଫେକ୍ ପରି ଟେକନିକର ଉପଯୋଗ ସାମାଜିକ ଅଶାନ୍ତି ବୃଦ୍ଧି ଲାଗି କରାଯାଉଛି । ଏଣୁ ଏହା ସବୁ ଗୋଷ୍ଠୀ, ସବୁ ସମାଜ ଓ ସବୁ ଦେଶ ଲାଗି ଚିନ୍ତାର ବିଷୟ । ଏହି କାରଣରୁ ଏହାକୁ ସାମ୍ନା କରିବା ଏବେ ଦେଶ ଲାଗି ପ୍ରାଥମିକ ବିଷୟ ହୋଇପଡିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୯ରୁ ୨୦୨୨ ମଧ୍ୟରେ ଦେଶରେ ୧୬ ଲକ୍ଷରୁ ଅଧିକ ସାଇବର ଅପରାଧ ମାମଲା ସାମ୍ନାକୁ ଆସିଛି ।

 

 

Get real time updates directly on you device, subscribe now.