fbpx

‘ରାମ ଘର ଆଏ’ ଗୀତାବେନଙ୍କ ଏହି ଭଜନରେ ଭାବମୁଗ୍ଧ ହେଲେ ମୋଦୀ, ନିଜ ଟ୍ୱିଟର ଆକାଉଣ୍ଟରେ କଲେ ସେୟାର

ନୂଆଦିଲ୍ଲୀ: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ । କିନ୍ତୁ ଏହା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ସାରା ଦେଶ ରାମ ରଙ୍ଗରେ ଯେପରି ରଙ୍ଗୀନ ହୋଇସାରିଲାଣି । ଏହି କ୍ରମରେ ଗୁଜରାଟ କଚ୍ଛର ଲୋକପ୍ରିୟ ଗୀତିକାର ଗୀତାବେନ ରବାରୀ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏକ ଭଜନ ରିଲିଜ୍ କରିଛନ୍ତି । ଏହି ଭଜନ ଏତେ ମଧୁର ହୋଇଛି କି ପ୍ରଧାନମନ୍ତ୍ରୀ ମୋଦୀ ଏହା ଶୁଣି ଭାବମୁଗ୍ଧ ହୋଇପଡିଛନ୍ତି ଓ ଏହାକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଭବ୍ୟ ମନ୍ଦିରରେ ରାମଲଲାଙ୍କ ଆଗମନର ଅପେକ୍ଷା ଶେଷ ହେବାକୁ ଯାଉଛି । ସାରା ଦେଶବାସୀ ତାଙ୍କର ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତକୁ ବେଶ୍ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ତାଙ୍କ ସ୍ୱାଗତରେ ଗୀତାବେନ୍ ରବାରୀଙ୍କ ଏହି ଭଜନ ଭାବବିହୋର କରିଦେବ ।

ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସେୟାର କରିବା ପରେ ଗୀତାବେନ୍ ରବାରୀ ତାଙ୍କ ଉପରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଗୀତାବେନ୍ କହିଛନ୍ତି ୧୦ ଦିନ ତଳେ ‘ରାମ ଘର ଆଏ’ ଭଜନ ରିଲିଜ୍ କରିଥିଲେ । ଏବେ ଏହାକୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଜୀ ସେୟାର କରିଛନ୍ତି । ଏଥିପାଇଁ ମୋଦୀଜୀଙ୍କୁ ଖୁବ୍ ଧନ୍ୟବାଦ ଓ ତାଙ୍କ ଆଶୀର୍ବାଦ କାମନା କରୁଛି । ପ୍ରଧାନମନ୍ତ୍ରୀଙ୍କ ମାଧ୍ୟମରେ ମୋ ଗୀତ ପୁରା ଭାରତରେ ଗୁଞ୍ଜରିତ ହେବ ଯାହାକୁ ନେଇ ମୁଁ ବହୁତ ଗର୍ବିତ ।

Get real time updates directly on you device, subscribe now.