fbpx

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ଭୁବନେଶ୍ୱର, ୦୫/୦୫: ଦେଶରେ କରୋନାର ଭୟାବହତା ଜାରି ରହିଛି  । ବିଭିନ୍ନ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । ଓଡ଼ିଶାରେ ମଧ୍ୟ ବଢୁଥିବା କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ ଜାରି କରିଛନ୍ତି ।

ତେବେ ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଏହା ସହ ତେଲେଙ୍ଗାନା, ଆନ୍ଧ୍ର ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ବି କଥା ହୋଇଛନ୍ତି ମୋଦୀ  । ପୁଡୁଚେରୀ ଓ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ସହ ମଧ୍ୟ କଥା ହୋଇଛନ୍ତି  । ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ ସ୍ଥିତି ଉପରେ ଆଲୋଚନା କରିଛନ୍ତି ମୋଦୀ ।

 

 

Get real time updates directly on you device, subscribe now.