fbpx

(Video)ସାଂସଦ ରବି କିଷନ ମୋଦୀଙ୍କୁ ନେଇ ରଖିଲେ ବଡ ବୟାନ; କହିଲେ, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧନା ସୂର୍ଯ୍ୟଦେବଙ୍କୁ ଶାନ୍ତ କରିଛି’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ଦେଶର ୫୭ ସିଟ୍‌ରେ ଭୋଟିଂ ହୋଇଛି । ଉତ୍ତରପ୍ରଦେଶ ପୂର୍ବାଞ୍ଚଳରେ ବି ଲୋକମାନେ ଆଜି ମତଦାନ କରୁଛନ୍ତି । ଏହି କ୍ରମରେ ଗୋରଖପୁରରେ ଆଜି ଭୋଟ୍ ଦେବା ପରେ ସାଂସଦ ରବି କିଷନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

ରବି କିଶନ ଗୋରଖପୁରରେ ଏକ ପୋଲିଂ ବୁଥ୍‌ରେ ଭୋଟ୍ ଦେବା ପରେ କହିଛନ୍ତି, ପାଗ ବଦଳିଯାଇଛି । କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀ ସାଧନାରେ ବସି ସୂର୍ଯ୍ୟ ଦେବତାଙ୍କୁ ଶାନ୍ତ କରି ଦେଇଛନ୍ତି । ଏହା ନିଶ୍ଚିତ ଭାବରେ ଐତିହାସିକ ହୋଇ ରହିବ । ଭୀଷଣ ତାତି ମଧ୍ୟରେ ଆଜି ଥଣ୍ଡା ପବନ ବହିବାରେ ଲାଗିଛି । ଏହା ବହୁତ ବଡ ସଂକେତ ହେଉଛି ରାମରାଜ୍ୟର । ତୃତୀୟ ଥର ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବେ ଓ ଭାରତ ବହୁତ ବିରାଟ ଓ ବିକଶିତ ହେବ । ଭାରତ କେବେ କାହା ପାଖରେ ନଇଁବ ନାହିଁ । ସବୁ ଦେଶ ତା’ ସାମ୍ନାରେ ମଥାନତ ହେବେ ।’

ଏଠାରେ ସୂଚାଇ ଦିଆଯାଇପାରେ କି ଜୁନ୍ ୩୦ରେ ଶେଷ ପର୍ଯ୍ୟାୟ ଭୋଟିଂ ଲାଗି ନିର୍ବାଚନ ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ଗସ୍ତରେ ଅଛନ୍ତି ଓ ସେଠାରେ ସେ କନ୍ୟାକୁମାରୀରେ ବିବେକାନନ୍ଦ ରକ୍ ମେମୋରିଆଲ ଉପରେ ବସି ୪୫ ଘଣ୍ଟା ଧ୍ୟାନ କରିଛନ୍ତି । ଶନିବାର ଦ୍ୱିତୀୟ ଦିନ ମୋଦୀ ସୂର୍ଯ୍ୟ ପୂଜା ସହ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ଅର୍ପଣ କରିଥିଲେ ।

Get real time updates directly on you device, subscribe now.